ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ବୀରମହାରାଜପୁର ଉପଖଣ୍ଡ ଡ଼ାକ୍ତରଖାନା ର ବିଭିନ୍ନ ଅଭାବ ଅସୁବିଧା ବୁଲି ଦେଖିଲେ

ବୀରମହାରାଜପୁର :ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବରିଷ୍ଠ ନାଗରିକ ସଂଗଠନର ଏକ ପ୍ରତିନିଧି ଦଳ ମଙ୍ଗଳବାର ବୀରମହାରାଜପୁର ଉପଖଣ୍ଡ ଡ଼ାକ୍ତରଖାନା ପରିଦର୍ଶନ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜନସ୍ବାସ୍ଥ୍ୟ ଅଧିକାରୀ ସୁବର୍ଣ୍ଣପୁର ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ସ୍ଥାନୀୟ ଅଧୀକ୍ଷକ ଙ୍କ ଜରିଆରେ ପ୍ରେରଣ କରିଛନ୍ତି। ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନାରେ ଏକ ଡାଇଲିସିସ୍ ସେଣ୍ଟର ସ୍ଥାପନ କରିବl , ବ୍ଲଡ୍ ବେଙ୍କ ଖୋଲିବା , ସାପ ଓ କୁକୁର କାମୁଡ଼ା ଭେକ୍ସିନ୍ ମହଜୁଦ ରଖିବା ଓ ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ବତନ୍ତ୍ର ଧାଡ଼ି ମାଧ୍ୟମରେ ଡାକ୍ତର ଙ୍କୁ ସ୍ବାସ୍ଥ୍ୟ ଦେଖାଇବା ଆଦି ବିଷୟ ଏହି ସ୍ମାରକପତ୍ରରେ ଉଲ୍ଲେଖ ରହିଛି । ଏହି ପ୍ରତିନିଧି ଦଳ ଡାକ୍ତରଖାନାର ଭାର ପ୍ରାପ୍ତ ଅଧୀକ୍ଷକ ଡାକ୍ତର ସ୍ବରୂପ ବେହେରାଙ୍କୁ ସ୍ମାରକପତ୍ର ପ୍ରଦାନ କରିବା ପରେ ଡାକ୍ତର ଶ୍ରୀ ବେହେରା ସମସ୍ତ ବିଭାଗ ବୁଲାଇ ଦେଖାଇଥିଲେ ଓ ସୁବିଧା ଅସୁବିଧା ଅବଗତ କରାଇଥିଲେ। ଆବଶ୍ୟକ ସଂଖ୍ୟକ ଡାକ୍ତର ଓ କର୍ମଚାରୀ ନ ଥିବାରୁ କେତେକାଂଶରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି କହିଥିଲେ। ଡାକ୍ତରଖାନା ପରିସର ପରିଷ୍କାର ପରିଚ୍ଛନ୍ନତା ଉପରେ ବିଶେଷ ଧ୍ୟାନ ଦେବାକୁ ପ୍ରତିନିଧି ଦଳ ପରାମର୍ଶ ଦେଇଥିଲେ। ଏହି ଅବସରରେ ଅନ୍ତର୍ବାସୀ ରୋଗୀ ମାନଙ୍କୁ ବରିଷ୍ଠ ନାଗରିକ ସଂଗଠନ ତରଫରୁ ମିଷ୍ଟାନ୍ନ, ବିସ୍କୁଟ ଓ ଫଳ ବିତରଣ କରା ଯାଇଥିଲା । ପ୍ରତିନିଧି ଦଳରେ ସଭାପତି ଡକ୍ଟର ପ୍ରଫୁଲ୍ଲ ରଥ , ସଂପାଦକ ସନ୍ତୋଷ ଷଡ଼ଙ୍ଗୀ , ସଦସ୍ୟ ପ୍ରତାପ ଶଙ୍କର ପାଣିଗ୍ରାହୀ , ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡl , ବାସୁଦେବ ପଣ୍ଡା , କୃଷ୍ଣଚନ୍ଦ୍ର ପାଢୀ , ସତ୍ୟ ନାରାୟଣ ନାୟକ , ଚମରା ମହାକୁର , ସୁରୁ ସାହୁ , ନାରାୟଣ ପ୍ରସାଦ ନାୟକ , ଦିଲ୍ଲିପ ମିଶ୍ର , ବଳରାମ କାଣ୍ଡ , ଜୀତେନ୍ଦ୍ର ପ୍ରଧାନ , ଅକ୍ରୂର ଚରଣ ଦନ୍ତା ପ୍ରମୁଖ ରହିଥିଲେ ।