Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବଡ ଖମାର ମା ଶ୍ୟାମାକାଳୀ ପୂଜା ପାଇଁ ତ୍ରିପୁରାସୁର୍ ଦରବାର ସକାଶେ କଳାକାର ବରଣ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବଡଖମାର ମାଁ ଶ୍ୟାମାକାଳୀ ପୂଜା କମିଟି ପକ୍ଷରୁ ତ୍ରୀପୁରାସୁର ଦରବାର ଉପଲକ୍ଷେ ବୁଧବାର କଳାକାର ବରଣ ଅନୁଷ୍ଠିତ ହୋଇଯାଇଛି। ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ସହ ଗୁଆ , ନଡ଼ିଆ ଓ ଉପଢୌକନ ଦେଇ ତ୍ରୀପୁରାସୁର ଭୂମିକା ଅଭିନୟ କରୁଥିବା କଳାକାର ମନୋରଞ୍ଜନ ଚିରଗୁନ କୁ ବରଣ କରାଯାଇଥିଲl । ଏଥିରେ ସୁଶାନ୍ତ କୁମାର ପୁରୋହିତ ପୂଜା କାର୍ଯ୍ୟ ତୁଲାଇଥିଲେ। ଆସନ୍ତା ଅକ୍ଟୋବର ୨୦ ଠାରୁ ଉକ୍ତ ଦରବାର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ନେଇ କମିଟି ପକ୍ଷରୁ ସୂଚନା ରହିଛି । ଏଥିରେ କମିଟି ସଭାପତି ଗୈାରୀଶଙ୍କର ପାଣିଗ୍ରାହୀ , ସମ୍ପାଦକ ସଞ୍ଜିବ କୁମାର ସାହୁ , ମୁଖ୍ୟ ପରିଚାଳକ ବିନୋବା ନନ୍ଦ ପ୍ରଧାନ , ସୁଧିର ପାଣିଗ୍ରାହୀ , ସହଦେବ ମହାକୁର , ଆଶିଷ କୁମାର ସାହୁ, ଗଣେଷ ବେହେରା, ଯଜ୍ଞେଶ୍ଵର ନାଏକ, ରହିମ ପ୍ରଧାନ, ଉମାକାନ୍ତ ଭୋଇ , ମହାଦେବ ସାହୁ , ସୁରେନ୍ଦ୍ର ପ୍ରଧାନ , ବାବୁ କର୍ଣ୍ଣ , ମନୋଜ କର୍ମୀ , ଗୋକୁଳାନନ୍ଦ ସାହୁ, ଶ୍ରବଣ ସାହୁ, ଜଗଦିଶ ଚ୍ଛନ୍ଦ, କୁଶ ମହାକୁର , ଅଶ୍ଵିନୀ କର୍ଣ୍ଣ , ଟିମନ କର୍ମୀ, ସଦାନନ୍ଦ ଷଡ଼ଙ୍ଗୀ ପ୍ରମୂଖ କମିଟିର ସଦସ୍ୟ ସାମିଲ ହୋଇଥିଲେ।