Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବାଘମାରି ଗ୍ରାମ ଅଜିତ ହତ୍ୟାକାଣ୍ଡ ଘଟଣାରେ ପୁଲିସ 2 ଜଣ ଙ୍କ ସହ ଜଣେ ନାବାଳକକୁ ଗିରଫ କରି କୋର୍ଟଚାଲାଣ କରିଛି

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ବାଘମାରି ଗାଁର ଅଜିତ ଖଣ୍ଡଗିରି (୩୫) ହତ୍ୟା ଘଟଣାରେ ପୁଲିସ ଆଉ ୨ ଜଣଙ୍କୁ ଗିରଫ କରିବା ସହ ଜଣେ ନାବାଳକକୁ କିଶୋର ନ୍ୟାୟ ବୋର୍ଡରେ ହାଜର କରିଥିବା ଜଣାପଡ଼ିଛି । ସୂଚନାନୁସାରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହଯାଉଥିବା ଦେବେନ୍ଦ୍ର ପାତ୍ର ଗୁରୁବାର ବୀରମହାରାଜପୁର ଏସଡିଜେଏମଙ୍କ କୋର୍ଟରେ ଆତ୍ମସମର୍ପଣ କରିଥିଲା । ସୋମବାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ରିମାଣ୍ଡରେ ନେଇ ତଦନ୍ତ କରିଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସଂପର୍କୀୟ ଲକ୍ଷ୍ମଣ ପାତ୍ର ଓ ଜାମଗାଁର ତ୍ରିଲୋଚନ ମହାକୁରଙ୍କୁ ପୁଲିସ ମଙ୍ଗଳବାର ଗିରଫ କରି କୋର୍ଟଚାଲାଣ କରିଥିଲା । ଏମାନଙ୍କ ସହ ଏହି ଘଟଣାରେ ଜଡ଼ିତ ଅଭିଯୋଗରେ ଜଣେ ନାବାଳକକୁ ପୁଲିସ ସୁବର୍ଣ୍ଣପୁର କିଶୋର ନ୍ୟାୟ ବୋର୍ଡରେ ହଜାର କରିଥିଲା । ଘଟଣାର ତଦନ୍ତ ଚାଲିଥିବାବେଳେ ଆଗକୁ ଆହୁରି ଗିରଫଦାରୀ ସଂଖ୍ୟା ବଢ଼ିବ ବୋଲି ପୁଲିସ କହିଛି ।