Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଟେସିଂହା ଗ୍ରାମ ରସାନନ୍ଦ ସାହୁ ର ବଜ୍ରପାତରେ ମୃତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଜଟେସିଂହା ଗ୍ରାମର ଚାଷୀ ରସାନନ୍ଦ ସାହୁ (୫୫) ବଜ୍ରାଘାତ ରେ ରାସ୍ତାରେ ତଳିପଡିଥିଲେ ତୁରନ୍ତ ଆମ୍ବୁଲାନ୍ସ ରେ ବୀରମହାରାଜପୁର ଡାକ୍ତରଖାନା କୁ ନିଆଯାଇଥିଲା l ସେଠାରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ l ମୃତ ରସାନନ୍ଦ ନିଜ ଚାଷ ଜମିରେ କାମ କରିବାକୁ ଯାଇଥିଲେ ହେଲେ ଘଡଘଡି ଚଡ଼ଚଡ଼ି ବର୍ଷା ହେବାରୁ ରସାନନ୍ଦ ଘରକୁ ଫେରୁଥିବା ସମୟରେ ଘରକୁ ପହଂଚି ପାରିନଥିଲେ l ସନ୍ଧ୍ୟା ହୋଇଯାଇଥିବାରୁ ସକାଳୁ ଶବ ବ୍ୟବଚ୍ଛେଦ ପରେ ଶବ ପରିବାର କୁ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି l ରସାନନ୍ଦ ଙ୍କ ମୃତ୍ୟୁ ଖବର ପ୍ରଚାରିତ ହେଲା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା l ରସାନନ୍ଦ ଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ଦୃଢ ଦାବି ହେଉଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ