Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମୂର୍ଷୁଣ୍ଢୀ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢି ରେ ଚଳିତ ବର୍ଷ ଅକ୍ଟୋବର ୫ ରୁ ୧୫ ତାରିଖ ପର୍ଯ୍ୟନ୍ତ ହେବ ୪୩ ତମ ଶ୍ରୀ ଶ୍ରୀ ଗଜଲକ୍ଷ୍ମୀ ପୂଜା । ଏଥିପାଇଁ ବୁଧୁବାର ଦିନ ଏହାର ଶୁଭସ୍ତମ୍ଭ ସ୍ଥାପନ ଓ ଦେବତା ବରଣ କରାଯାଇଛି । ଏହି ଅବସର ରେ ଗ୍ରାମର ଆରଧ୍ୟାଦେବତା ଜଗନ୍ନାଥ ଙ୍କ ଠାରେ ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିଲା । ଏହା ପରେ ଗ୍ରାମର ଖମ୍ବେଶ୍ୱରୀ, ପଞ୍ଚଖଣ୍ଡl , ମାଉଳି , କଲାସି, ବାଉତୀ , କଳିକା , ପନ୍ଥେଇ , ମେଟାକାନୀ , ଗ୍ରାମର ସମସ୍ତ ସାହିର ଭାଗବତ ମନ୍ଦିର ରେ ପୂଜାର୍ଚ୍ଚନା କରି ଦେବତା ବରଣ ଓ ଆଜ୍ଞାମାଳ ଅଣାଯାଇଥିଲା। ଘଣ୍ଟ,ଶଙ୍ଖ , ହରିବୋଲ ହୁଳହୁଳି ରେ ଏକ ଆଧ୍ୟାତ୍ମିକ ପରିବେଶମୟ ହୋଇ ପଡ଼ିଥିଲା। ଶେଷରେ ଗଜଲକ୍ଷ୍ମୀ ପୂଜା ପଡ଼ିଆରେ ପୂଜାର୍ଚ୍ଚନା କରାଯାଇ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପୂଜକ ଭାବେ ପ୍ରମୋଦ କୁମାର ପଣ୍ଡl , ପ୍ରଦୀପ କୁମାର ରଥ , ଗୌରାଙ୍ଗ ଦେହୁରୀ , ମାଗୁଣି ଖେତୀ ପ୍ରମୁଖ ପୂଜାର୍ଚ୍ଚନା କରିଥିଲେ। ପୂଜା କମିଟିର ସଭ୍ୟ ସନ୍ତୋଷ ସମର୍ଥ, ସୌମ୍ୟରଞ୍ଜନ ରଥ,ବରୁଣ ମଲ୍ଲିକ ଓ ଶାନ୍ତନୁ ଦେହୁରୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।