ଉପରାଷ୍ଟ୍ରପତି ଶପଥ ସମାରୋହରେ ଦେଖିବାକୁ ମିଳିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼

ଦେଶର ନୂଆ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ସିପି ରାଧାକ୍ରିଷ୍ଣନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଆଉ ତାଙ୍କର ଏହି ଶପଥ ସମାରୋହରେ ଦେଖିବାକୁ ମିଳିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । ଦୀର୍ଘ ୫୩ ଦିନ ପରେ ଦେଶର ଏହି ପୂର୍ବତନ ଉପରାଷ୍ଟ୍ରପତିଙ୍କର କୌଣସି କାର୍ଯ୍ୟକ୍ରମରେ ଦେଖା ମିଳିଛି । ଯିଏକି ଅଚାନକ ଇସ୍ତଫା ଦେବା ସହିତ, ହଠାତ୍ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଥିଲେ ।
ତେବେ ଶୁକ୍ରବାର ଯେତେବେଳେ ସିପି ରାଧାକ୍ରିଷ୍ଣନ ଶପଥ ନେଉଥିଲେ । ସେତେବେଳେ ଜଗଦୀପ ଧନଖଡ଼ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ ହମିଦ୍ ଅନସାରୀଙ୍କ ପାଖରେ ବସିଥିବା ଦେଖିବାକୁ ମିଳିଥିଲା । ତାଙ୍କ ସହ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଆଉ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସାମିଲ ହେଇଥିଲେ ।