Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ମୈତ୍ରୀ ସଦନ ରେ ସୁବର୍ଣ୍ଣପୁର ଜିଲ୍ଲା ଡୁମାଳ ସାମାଜ ର ସ୍ଵତନ୍ତ୍ର ବୈଠକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ମୈତ୍ରୀ ସଦନ ଠାରେ ଜିଲ୍ଲା ଡୁମାଳ ପରିଷଦ ସୁବର୍ଣ୍ଣପୁର ପକ୍ଷରୁ ଜିଲ୍ଲା ସମସ୍ତ ମାହେଶ୍ୱରୀ ମନ୍ଦିର , ମାହେଶ୍ୱରୀ ପିଠ ଗୁଡ଼ିକକର ସେବାୟତ, କେନ୍ଦ୍ର କମିଟି କର୍ମକର୍ତ୍ତା ଜିଲ୍ଲା କମିଟି କର୍ମ କର୍ତ୍ତା ମାନଙ୍କୁ ନେଇ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ଜିଲ୍ଲା ଡୁମାଳ ପରିଷଦ ସୁବର୍ଣ୍ଣପୁର ସଭାପତି ଅଶ୍ଵିନୀ କୁମାର ମହାକୁର ସଭାପତିତ୍ବ କରିଥିଲେ I ଏହି ବୈଠକରେ ସମ୍ମାନୀୟ ଅତିଥି ଭାବରେ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୂଷଣ କୁମାର ପାତ୍ର , ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ମିନକେତନ ମହାକୁର ଯୋଗଦେଇଥିଲେ I ଜିଲ୍ଲା ସାଧାରଣ ସମ୍ପାଦକ କିଶୋର କର୍ମୀ ମାହେଶ୍ୱରୀ ସାଂସ୍କୃତି , ଐତିହ୍ୟ, ପରମ୍ପରା, ଷୋଳପୂଜା ନିତି ନିୟମ,ଓ ଡୁମାଳ ଜାତି ସମାଜ ର ପରମ୍ପରା ଐତିହ୍ୟ ସଂସ୍କୃତି ବଜାୟ ରଖିଥିବା ପାଇଁ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ମାନଙ୍କର ମତାମତ ନେଇଥିଲେ , ସମସ୍ତ ଙ୍କର ମତାମତ ନେଇ ଜିଲ୍ଲା ସଭାପତି ଙ୍କୁ ଘୋଷଣା କରିବାପାଇଁ ଅନୁରୋଧ କରିଥିଲେ I ବୈଠକରେ ମାହେଶ୍ୱରୀ ଷୋଳପୂଜା ନିତି ନିୟମ ଦିନ ତାରିଖ ଧାର୍ଯ୍ୟ କରା ଯାଇଥିଲା l ଆସନ୍ତା ତା ୧୪/୮/୯/୨୦୨୫ ରିଖ ରବିବାର ଦିନ ପୁଅ ଜିଉଁନ୍ତିଆ,( ଷୋଳପୂଜା ଆରମ୍ଭ)
ତା୨୧/୯/୨୦୨୫ ରିଖ ରବିବାର ଦିନ ମହାଳୟା ( ଅମାବାସ୍ୟା),ତା୨୯/୯/୨୦୨୫ ରିଖ ସୋମବାର ଦିନ ଭାଇ ଜିଉଁନ୍ତିଆ ( ମହାଷ୍ଟମୀ), ତା ୬/୧୦/୨୦୨୫ ରିଖ ସୋମବାର ଦିନ କାନପୁର ମାହେଶ୍ୱରୀ ପିଠ ରେ ଆଶ୍ଵିନ ପୂର୍ଣ୍ଣିମା ଯାତ୍ରା , ମାଁ ମାହେଶ୍ୱରୀ ଡିମୂଳ ପିଠ କୁ ସାଜସଜ୍ଜା କରାଯିବ l ( କୁମାରୋତ୍ସବ ଯାତ୍ରା) ତା ୭/୧୦/୨୦୨୫ ରିଖ ମଙ୍ଗଳବାର ଦିନ କୁମାରୋତ୍ସବ ଯାତ୍ରା ଉଦ୍ ଯାପନୀ ପର୍ବ l ଜିଲ୍ଲା ଡୁମାଳ ପରିଷଦ ସୁବର୍ଣ୍ଣପୁର ମହାସଭା ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଡୁମାଳ ପରିଷଦ ସୁବର୍ଣ୍ଣପୁର ସଭାପତି ଘୋଷଣା କରିଥିଲେ, ଏହି ବୈଠକରେ ଉପସ୍ଥିତ ଥିଲେ କାନପୁର କେନ୍ଦ୍ର ସଭାପତି କଲତl , ଜାଲୋଏ କେନ୍ଦ୍ର ସଭାପତି ଦିନବନ୍ଧୁ ବଘାର , କୋଟସମଲାଏ କେନ୍ଦ୍ର ସଭାପତି ନରସିଂହ ପଧାନ , ପଲାସ କେନ୍ଦ୍ର ସମ୍ପାଦକ ସତ୍ୟ ନାରାୟଣ ପଧାନ, ଲୁହୁରାପାଲି କେନ୍ଦ୍ର ସଭାପତି ଦାମୋଦର ମହାକୁର , ଘାଟିଜାମ୍ପାଲି କେନ୍ଦ୍ର ଉପ ସଭାପତି ବିକାଶ କର୍ମୀ , ହିଲୁଙ୍ଗ କେନ୍ଦ୍ର ସମ୍ପାଦକ ଅର୍ଜ୍ଜନ ପଧାନ, ଡାହୁକ ବୁଡ଼ କେନ୍ଦ୍ର ସଭାପତି ବୃନ୍ଦାବନ ପଧାନ , ବାଗବର କେନ୍ଦ୍ର ସଭାପତି ଭଗବାନ କର୍ଣ୍ଣ , ସମ୍ପାଦକ ହରିହର ପଧାନ , ଲୁତୁରପଙ୍କ କେନ୍ଦ୍ର ସଭାପତି କଳ୍ପ ମହାକୁର , ଅଶୋକ ମହାକୁର , ଜିଲ୍ଲା ମାହେଶ୍ୱରୀ ସେବାୟତ କମିଟି ସଦସ୍ୟ ସନ୍ତୋଷ ମହାକୁର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ l ଶେଷ ରେ ହିଲୁଙ୍ଗ ମାହେଶ୍ୱରୀ ମନ୍ଦିର ଦେହେରୀ ଧନ୍ୟବାଦ ଅର୍ପଣ କରିଥିଲେ I