Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଞ୍ଜାପାଲି ଆଶ୍ରମ ରେ ଆତ୍ମ ନିର୍ଭରଶୀଳ ଭାରତ ଗଠନ କାର୍ଯ୍ୟକ୍ରମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଳl ପଂଚାୟତ ର ଆଶ୍ରମ ବିଦ୍ୟାଳୟ କୁଞ୍ଜlପାଲି ଠାରେ ଟାଟା ବିଲଡିଂ, ଇଣ୍ଡିଆ ତରଫରୁ ଆତ୍ମନିର୍ଭରଶିଳ ଭାରତ ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏଥିରେ ମୋଟ ପାଞ୍ଚଟି କାର୍ଯ୍ୟ ବିଷୟରେ ଷଷ୍ଠ ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ପ୍ରବନ୍ଧ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଟାଟା ବିଲଡିଂ, ଇଣ୍ଡିଆ ର ବୀରମହାରାଜପୁର ପରିଚାଳକ ସଚିନ ଦେହୁରୀ କାର୍ଯ୍ୟକ୍ରମ ର ଗୁରୁତ୍ୱ ବର୍ଣନା କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଆୟୋଜିତ ପୁରସ୍କାର ବିତରଣ ଉତ୍ସବ ରେ ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜୟ ଗୋପାଳ ସେଠ ସଭାପତିତ୍ୱ କରିଥିଲେ।ସହକାରୀ ଶିକ୍ଷକ ନବ କୁମାର ପୋଥାଳ ସଭା ପରିଚାଳନା କରିବା ସହ ଆତ୍ମ ନିର୍ଭରଶିଳ ଭାରତ ଗଠନ ଦିଗରେ ଛାତ୍ରଛାତ୍ରୀ ମାନଙ୍କର ଭୂମିକା ବିଷୟରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ବିଚାରକ ଭାବରେ ଶିକ୍ଷୟୀତ୍ରୀ ବନିତା ମାଳିନୀ ରାଉତ ଓ ଶତାବ୍ଦୀ ପୁରୋହିତ ଦାୟିତ୍ୱ ତୁଲାଇଥିଲେ। ପ୍ରବନ୍ଧ ପ୍ରତିଯୋଗିତାରେ ଲଳିତା ମୁଣ୍ଡା ପ୍ରଥମ, ଯlଜ୍ଞସିନି ମଲ୍ଲିକ ଦ୍ୱିତୀୟ , ଅଙ୍କିତା ଚିରଗୁନି ତୃତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଠାରୁ ମେଡାଲ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ରେ ସହକାରୀ ଶିକ୍ଷକ ରାଜୀବ ପଧାନ ସୁଜିତ କର୍ମୀ , ଦିଵ୍ୟଭଗବାନ ନାଏକ, ରୋଶନୀ ପଧାନ, ଜୟଶ୍ରୀ କର୍ଣ୍ଣ, ରଂଜିତା ପଟେଲ ଓ ଆଶ୍ରମ ର ସମସ୍ତ ଶିକ୍ଷକ , କର୍ମଚାରୀ ସହଯୋଗ କରିଥିଲେ l ଶେଷରେ ପ୍ରଶାନ୍ତ କୁମାର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ