ଦାସ କାଠିଆ ପାଲା ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷl ଦାନ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତର ସାଗଜୁରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ବୁଧୁବାର ଦିନ ଲୁପ୍ତପ୍ରାୟ ଓଡ଼ିଆ ଲୋକକଳା ଦାସକାଠିଆ ପାଲା ମାଧ୍ୟମରେ ଛାତ୍ରୀଛାତ୍ର ଙ୍କୁ ସଙ୍ଗିତଧର୍ମୀ ଶିକ୍ଷା ଦାନ ପ୍ରଦାନ କରାଯାଇଛି। ପଶ୍ଚିମ ଓଡିଶା ର ପ୍ରସିଦ୍ଧ ଦାସ କାଠିଆ ପାଲା ଗାୟକ ଶାନ୍ତନୁ ପଧାନ ବିଭିନ୍ନ ବିଷୟ କୁ ଛାତ୍ରୀଛାତ୍ର ଙ୍କୁ ଶିକ୍ଷା ଦାନ କରିଥିଲେ । ଏହି ସମୟର ସେ ସଂଗୀତ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ବିଷୟର ପ୍ରଶ୍ନ ପଚାରି ଏହାର ଉତ୍ତର କହିଥିଲେ । ଛାତ୍ରୀଛାତ୍ରମାନେ ଏହି ଶିକ୍ଷାଦାନ କୁ ବେଶ ଗ୍ରହଣ କରିଥିଲେ। ପ୍ରାରମ୍ଭରେ ସ୍କୁଲର ପ୍ରଧାନ ଶିକ୍ଷକ ସୁଧାଂଶୁ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଏକ ସଭା ହୋଇଥିଲା । ଏହାକୁ ସଂସ୍କୃତ ଶିକ୍ଷକ କିଶୋର କୁମାର ମେହେର ସଂଯୋଜନା କରିଥିଲେ। ବିଜ୍ଞାନ ଶିକ୍ଷକ ରୁଦ୍ର ନାରାୟଣ ବେରିହା ,ଓଡ଼ିଆ ଶିକ୍ଷକ ସୁଶାନ୍ତ ଧରୁଆ , ଇଂରାଜୀ ଶିକ୍ଷକ ଆନନ୍ଦ ଭୁଏ,ଗଣିତ ଶିକ୍ଷକ ଚିରଞ୍ଜିବୀ ସେଠୀ , ଖେଳ ଶିକ୍ଷକ ରେଖଚନ୍ଦ୍ର ମେହେର ପ୍ରମୁଖ ପାଠ୍ୟ ପୁସ୍ତକର ବିଭିନ୍ନ ବିଷୟ କୁ କିପରି ପଢ଼ିଲେ ମନେ ରହିବ ଓ ଅନବରତ ଅଧ୍ୟବସାୟ କଲେ ସବୁ ବିଷୟ ରେ ସଫଳତା ମିଳିବ ବୋଲି ମତବ୍ୟକ୍ତ କରିଥିଲେ । ଏହା ପରେ ପାଲା ଗାୟକ ଶାନ୍ତନୁ ପଧାନ ଛାତ୍ରୀଛାତ୍ର ଙ୍କୁ ଦାସକାଠିଆ ମାଧ୍ୟମରେ ଶିକ୍ଷାଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସ୍କୁଲର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ଚିରଞ୍ଜିବୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।