Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସିଟ୍ ଭାଗବଣ୍ଟାକୁ ନେଇ ବିହାରରେ ଛିଣ୍ଡୁନି ରାଜନୀତି, ୧୫ ସିଟ୍ ନଦେଲେ ୧୦୦ ସିଟରେ ଲଢିବୁ – ଜୀତନ ରାମ ମାଞ୍ଝି

ସିଟ୍ ଭାଗବଣ୍ଟାକୁ ନେଇ ବିହାରରେ ଛିଣ୍ଡୁନି ରାଜନୀତି । ଏହାରି ଭିତରେ କେନ୍ଦ୍ରରେ ମନ୍ତ୍ରୀ ଥିବା ହିନ୍ଦୁସ୍ଥାନ ଆବାମ ମୋର୍ଚ୍ଚା (ସେକ୍ୟୁଲାର୍)ର ଅଧ୍ୟକ୍ଷ ଜିତନରାମ୍ ମାଞ୍ଝି ରବିବାର ପ୍ରେସମିଟରେ ଏକ ବଡ଼ ବୟାନ ରଖିଛନ୍ତି । ସେ କହିଛନ୍ତି ଯେ, କୌଣସି ନା କୌଣସି ଭାବରେ ତାଙ୍କ ଦଳକୁ ଏକ ସ୍ୱୀକୃତିପ୍ରାପ୍ତ ଦଳ ବନାଇବା ତାଙ୍କର ଲକ୍ଷ୍ୟ ରହିଛି । ଏଥିପାଇଁ ଅତି କମରେ ଆଠଟି ଆସନ ଜିତିବା ସହ ଛଅ ପ୍ରତିଶତ ଭୋଟ୍ ପାଇବାକୁ ସେ ଲକ୍ଷ୍ୟ ରଖିଛନ୍ତି । ତେଣୁ ଏଥର ସିଟ୍ ଭାଗବଣ୍ଟାରେ ତାଙ୍କୁ ୧୫ ସିଟ୍ ଦେବାକୁ ସେ ଦାବି କରିଛନ୍ତି । ନଚେତ୍ 6ଟି ସିଟ୍ ଜିତିବା ଅସମ୍ଭବ ବୋଲି ସେ କହିଛନ୍ତି ।

ତେବେ ଜୀତନ ରାମ ମାଞ୍ଝି ସ୍ପଷ୍ଟ ଭାବରେ ଚେତାବନୀ ଦେଇଛନ୍ତି ଯେ, ଯଦି ତାଙ୍କ ଦଳକୁ ସମ୍ମାନଜନକ ଆସନ ନ ଦିଆଯାଏ, ତେବେ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଏକାକି ନିର୍ବାଚନ ଲଢ଼ିବ ଏବଂ ୧୦୦ଟି ଆସନରେ ପ୍ରାର୍ଥୀ ଦେବ। ସେ ଦାବି କରିଛନ୍ତି ଯେ, ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ତାଙ୍କର ୧୦-୧୫ ହଜାର ଭୋଟର ଅଛନ୍ତି ଏବଂ ଏହି ଆଧାରରେ ସେ ନିର୍ବାଚନରେ ଏକାକୀ ୬% ଭୋଟ ପାଇପାରିବେ। ସେ ଏହା ମଧ୍ୟ କହିଛନ୍ତି ଯେ, ଦଳ ଗଠନ ହେବାର ଦଶ ବର୍ଷ ବିତିଗଲାଣି ଏବଂ ଏପର୍ଯ୍ୟନ୍ତ ଏକ ଅଣସ୍ୱୀକୃତିପ୍ରାପ୍ତ ଦଳ ଭାବରେ ରହିବା ତାଙ୍କ ପାଇଁ ଅପମାନଜନକ। ତେଣୁ, ଏଥର ନିର୍ବାଚନ ତାଙ୍କ ପାଇଁ “କର ବା ମର” ପରିସ୍ଥିତି ରହିଛି ।

ମାଞ୍ଝି ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ଦଳ ଟଙ୍କା ଖର୍ଚ୍ଚ ନକରି ଭିଡ଼ ସଂଗ୍ରହ କରିପାରେ । ଏନଡିଏ ନେତାମାନେ ମଧ୍ୟ ଏହା ଜାଣନ୍ତି । ତେଣୁ ଏଥର ସିଟ୍ ଭାଗବଣ୍ଟାରେ ତାଙ୍କୁ ଅତି କମରେ ୧୫ଟି ସିଟ୍ ଦେବାକୁ ସେ ଦାବି କରିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଣିପୁର ଗସ୍ତକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କଟାକ୍ଷର ଜବାବ ଦେଇ ମାଞ୍ଝି କହିଛନ୍ତି ରାହୁଲ ଗାନ୍ଧୀ ଦୁଇଟି କଥା କୁହନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାକୁ ଯାଇ ୮୦୦୦ କୋଟି ଟଙ୍କାର ପ୍ୟାକେଜ୍ ଦେଲେ ଏବଂ ଖରାପ ପାଗରେ ହେଲିକପ୍ଟର ଉଡ଼ି ପାରୁନଥିବାରୁ ସଡ଼କ ପଥରେ ଲୋକଙ୍କ ପାଖକୁ ଯାଇ ପହଞ୍ଚିଥିଲେ । ବିରୋଧୀମାନେ ବିନା କୌଣସି ଆଧାରରେ ମୋଦୀଙ୍କୁ ଟାର୍ଗେଟ୍ କରୁଛନ୍ତି ବୋଲି କହିଛନ୍ତି ଜିତନରାମ ମାଞ୍ଝି ।