କୋରାପୁଟ ଶାବର ଶ୍ରୀକ୍ଷେତ୍ର ପରିଭ୍ରମଣ ପାଇଁ ବରିଷ୍ଠ ନାଗରିକ ସଂଗଠନର ପ୍ରସ୍ତୁତି ବୈଠକ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ସଦସ୍ୟ ସଦସ୍ୟା ମାନଙ୍କ ଏକ ବୈଠକ ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ସଭାପତିତ୍ବରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋରାପୁଟ ଜିଲ୍ଲାର ବିଭିନ୍ନ ଦର୍ଶନୀୟ ସ୍ଥାନ ପରିଭ୍ରମଣ ସହିତ ଶାବର ଶ୍ରୀକ୍ଷେତ୍ର ଓ ଗୁପ୍ତେଶ୍ୱର ଦର୍ଶନ କରିବାକୁ ବିଚାର ଆଲୋଚନା ହୋଇ ନଭେମ୍ବର ଦ୍ବିତୀୟ ସପ୍ତାହକୁ ସିଦ୍ଧାନ୍ତ ନିଆଯାଇଛି । ପୁନଶ୍ଚ ବୈଠକରେ ପ୍ରତ୍ୟେକ ମାସର ସଂକ୍ରାନ୍ତି ପାଳନ ଓ ଏହିଦିନ କାର୍ଯ୍ୟାଳୟରେ ସାମୂହିକ ହନୁମାନ ଚାଳିଶା ପଠନ, ଭାଗବତ ଓ ରାମାୟଣ ପାରାୟଣ ସହ ପ୍ରବଚନ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ସଂଗଠନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବାର ସୂଚନା ମିଳିଛି । ଏହି ବୈଠକରେ ସଂପାଦକ ସନ୍ତୋଷ ଷଡ଼ଙ୍ଗୀ , ସଦସ୍ୟ ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା , ବଳରାମ କାଣ୍ଡ , ଅକ୍ରୂର ଚରଣ ଦନ୍ତା , ନାରାୟଣ ପ୍ରସାଦ ନାୟକ , ହୃଷୀକେଶ ପ୍ରଧାନ , ଦୟାନିଧି ହୋତା , କୃଷ୍ଣଚନ୍ଦ୍ର ପାଢ଼ୀ , ଶ୍ୟାମସୁନ୍ଦର ସେଠୀ , ନିତ୍ୟାନନ୍ଦ ତ୍ରିପାଠୀ , ଦାମୋଦର ମିଶ୍ର , ଅକ୍ଷୟ କୁମାର ମିଶ୍ର , ଜ୍ଞାନେନ୍ଦ୍ର ତ୍ରିପାଠୀ , ଗୋପୀନାଥ ମହାକୁର , ପ୍ରଶାନ୍ତ ସେଠୀ ପ୍ରମୁଖ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।