Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରଜ୍ଞାନ ମିଶନ ଦ୍ଵାରା ଗୀତା ଆବୃତ୍ତି ପ୍ରତିଯୋଗୀତା ଅନୁଷ୍ଠିତ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଜ୍ଞାନ ମିଶନ ଦ୍ୱାରା ପରିଚାଳିତ ଏହି ଗୀତା ଆବୃତ୍ତି ପ୍ରତିଯୋଗିତାର ବୀରମହାରାଜପୁର ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ରବିବାର ଦିନ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ହାରାହାରି 50 ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସ୍ଥାନୀୟ ବିଦ୍ୟାଳୟ , ମହାବିଦ୍ୟାଳୟ ରେ ଥିବା ସଂସ୍କୃତ ଶିକ୍ଷକ, ଶିକ୍ଷୟତ୍ରୀ ତଥା ଅଧ୍ୟାପକ , ଅଧ୍ୟାପିକାମାନେ ବିଚାରକ ଭାବରେ ଦାୟିତ୍ଵ ନିର୍ବାହ କରିଥିଲେ । ଏଥିରେ ଶ୍ରେଣୀ ୩ୟ ଠାରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ଶିଶୁ ଭାଗ ନେଇଥିଲେ ଏବଂ ଏହାକୁ ୪ ଟି ଭାଗରେ ବିଭକ୍ତ କରାଯାଇଥିଲା ଏବଂ ପ୍ରତି ବିଭାଗରେ କୃତି ଶିଶୁଙ୍କୁ ମୁଖ୍ୟ ଅତିଥି କାମପାଳ ମହାପାତ୍ର ତଥା ସମସ୍ତ ବିଚାରକ ମଣ୍ଡଳୀଙ୍କ ଦ୍ଵାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଗଲା । ବ୍ଲକ ସଂଯୋଜିକା ସାବିତ୍ରୀ ବର୍ମାଙ୍କ ସଂଯୋଜନାରେ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା।