Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଏନ୍ ଏ ସି ଘୋଷଣା ଦାବିରେ ଉଲୁଣ୍ଡା ବନ୍ଦ ପାଳନ

ଉଲୁଣ୍ଡା :
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା କୁ ଏନ୍ ଏ ସି ଘୋଷଣା ନ କରିବାରୁ କ୍ରିୟାନୁଷ୍ଠାନ କମିଟି, ଉଲୁଣ୍ଡା ସୋମବାର ୧୨ଘଣ୍ଟିଆ ଉଲୁଣ୍ଡା ବନ୍ଦ ଡାକରା ଦେଇଥିଲା । ସୂଚନାଯୋଗ୍ୟ ଯେ ଉଲୁଣ୍ଡା କୁ ଏନ୍ ଏ ସି ଘୋଷଣା କରିବା ପାଇଁ ଗତ ତା ୪/୯/୨୫ ଦିନ ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ କ୍ରିୟାନୁଷ୍ଠାନ କମିଟି ତରଫରୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ମାତ୍ର ସରକାର କର୍ଣ୍ଣପାତ ନ କରିବାରୁ କ୍ରିୟାନୁଷ୍ଠାନ କମିଟି ର ଆବାହକ ହରିଶଙ୍କର ତରାଇ ସୋମବାର ଦିନ ଉଲୁଣ୍ଡା ର ସମସ୍ତ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ , ଶିକ୍ଷାନୁଷ୍ଠାନ ବ୍ୟବସାୟ ପ୍ରତିଷ୍ଠାନ, ଯାନବାହନ ଚଳାଚଳ ସକାଳ ୬ ଘଣ୍ଟା ରୁ ସଂଧ୍ୟା ୬ଘଣ୍ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ କରିବାକୁ ଲିଖିତ ଭାବରେ ଉଲୁଣ୍ଡା ର ଭାରପ୍ରାପ୍ତ ଥାନା ଅଧିକାରୀ ଙ୍କୁ ଜଣାଇ ଥିଲେ । ଜୀବନ ରକ୍ଷାକାରୀ ପ୍ରତିଷ୍ଠାନ , ବାହନ ତଥା ପରୀକ୍ଷାର୍ଥୀ ଙ୍କୁ ଏହି ବନ୍ଦରୁ ବାଦ୍ କରା ଯାଇଛି। ଶାନ୍ତି ପୂର୍ଣ୍ଣ ବନ୍ଦ ପାଳନ କରିବାକୁ କ୍ରିୟାନୁଷ୍ଠାନ କମିଟି ଡାକରା ଦେଇଛି । ଆଜିର ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ ହୋଇଥିବା ଜଣାଯାଇଛି l ସୋନପୁର – ସମ୍ବଲପୁର ରାସ୍ତା ଉଲୁଣ୍ଡା ସହର ଦେଇ ଯାଇଥିବାରୁ ଉଭୟ ପାର୍ଶ୍ଵ ରେ ବହୁ ଗାଡି ମୋଟର ସନ୍ଧ୍ୟା ପର୍ଯ୍ୟନ୍ତ ଅଟକି ରହିଥିଲା l ଫଳରେ ଲୋକେ ବହୁ ହଇରାଣ ର ସମୂଖୀନ ହୋଇଥିଲେ I ସମସ୍ତ ଦୋକାନ ବଜାର ସ୍ୱତଃପ୍ରବୃତ୍ତ ଭାବେ ବନ୍ଦ କରୁଥିବା ଦେଖାଯାଉଛି l