ମଦ ବିରୋଧରେ ଅଣ୍ଟା ଭିଡିଲେ ତେଲି ପାଲି ଗାଁ ର ଶତାଧିକ ମହିଳା

ବୀରମହାରାଜପୁର : ସୂବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଅବାଧରେ ଦେଶୀ ବିଦେଶୀ ମଦ ବିକ୍ରି ଚାଲିଛି ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅବକାରୀ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ତେଲିପାଲି ଗ୍ରାମର ମହିଳା ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି I ଗାଁ ରେ ମଦ ବିକ୍ରି ବନ୍ଦ କରିବାକୁ ଏବେ ଗ୍ରାମର ମହିଳା ମାନେ ନିଜେ ଅଣ୍ଟା ଭିଡିଛନ୍ତି। ତା ସହିତ ତେଲିପାଲି ଗାଁ ରେ ମଦ ପିଇ ଗାଳିଗୁଲଜ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି l କେନଝିରିଆପାଲି ର ପଞ୍ଚାୟତ ଆଖ ପାଖଅଞ୍ଚଳରେ ଦୀର୍ଘ ଦିନ ହେଲା ଦେଶୀ ବିଦେଶୀ ମଦ ବିକ୍ରି ହେଉଛି ଏହା ସହିତ ଏହି ଅଞ୍ଚଳରେ ବେଆଇନ ଭାବେ ବିଦେଶୀ ଓ ଦେଶୀ ମଦ ପ୍ରସ୍ତୁତି ହେଉ ଅଛି । ଏହି ମଦ ପିଇ ଅନେକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ଏବଂମୃତ୍ୟୁବରଣ ମଧ୍ୟ କରୁଛନ୍ତି | ମଦ ଯୋଗୁ ଅନେକ ପରିବାର ବେସାହାରା ହୋଇ ପଡିଛନ୍ତି। ଗ୍ରାମରେ ଗଣ୍ଡଗୋଳ ମାନ ଘଟୁଛି। ଏଣୁ ମଦ ବନ୍ଦ କରିବା ପାଇଁ ଗୀତାଞ୍ଜଳି ଜେନା, ଗାୟତ୍ରୀ ପାଣିଗ୍ରାହୀ ଙ୍କ ସମେତ ତେଲିପାଲି ଗାଁ ସମସ୍ତ ମହିଳା ରଘୁନାଥ ମଣ୍ଡପ ରେ ଏକତ୍ରିତ ହୋଇଏକ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ନିଶାବନ୍ଦ ପାଇଁ ଏକ କମିଟି ଗଠନ କରାଯାଇଛି ଏଥିରେ ସଭାନେତ୍ରୀ ସାରଳା ପାଣିଗ୍ରାହୀ, ସମ୍ପାଦିକା ଜୟନ୍ତୀବାଘ ସଭ୍ୟା ଭାବରେ ଗ୍ରାମର ଗୌରୀ ନାଏକ. ସୁବାସିନୀ ସାହୁ. ସୁନାବୁଇ ସାହୁ .ପୁର୍ଣମାସି ବେହେରା . ସୁଭଦ୍ରା ଗୁଂଗୁରିୟା ବିନୋଦିନୀ ଭୁକ୍ତା. ସନ୍ଧ୍ୟାରାନୀ ସାହୁ ସୁପ୍ରିତା ପଧାନ ଶୋଭାଗିନୀ ସାହୁ ଙ୍କୁ ମନୋନୀତ କରାଯାଇଛି .ରାଜଗୋପାଳ ପାଣିଗ୍ରାହୀ ଓ ତେଲିପାଲି ଗ୍ରାମ ବାସି ସହଯୋଗ କରିଥିଲେ ଶେଷରେ ସଭାନେତ୍ରୀ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ପୂର୍ବରୁ ନିକଟସ୍ଥ ବହଳପଦର ପଞ୍ଚାୟତର ଅମରପାଲି , ବହଳପଦର , ଗୌଡ଼ଗାଡ, ଗୁଦଗୁଦା , କେନ୍ଦୁପାଲି ସମେତ ଦୁର୍ଜନତୈଲା ପଞ୍ଚାଯତର ମାଳିଦାଦର, ଦାଦରପାଲି, ମସିଣାପାଲି, ମାଖନଖାଇ କେନଝିରିଆପାଲି ପଂଚାୟତ ର ବାରଝୁଲା ଆଦି ଗ୍ରାମରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ମଦ ବିକ୍ରି ବନ୍ଦ କରିଛନ୍ତି । ତେଲିପାଳି ଗ୍ରାମର ମହିଳାଙ୍କ ଏହି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି ।