ବୀରମହାରାଜପୁର କଲେଜ ରେ ଯୁବ ରେଡକ୍ରସ ପ୍ରବେଶ ଉତ୍ସବ

ବୀରମହାରାଜପୁର : ସମାଜରେ ଆମେ ରହୁଛୁ, ତେଣୁ ତାହାପାଇଁ କାର୍ଯ୍ୟ କରିବାକୁ ପଡିବ I ମାନବ ସେବାହିଁ ମାଧବ ସେବା I ଛାତ୍ରଛାତ୍ରୀ ମାନଙ୍କ ସମାଜ ସେବାପାଇଁ ରେଡ଼କ୍ରସ ବଳିଷ୍ଠ ମାଧ୍ୟମ ଅଟେ ବୋଲି ବୀରମହାରାଜପୁର ମହାବିଦ୍ୟାଳୟ ଠାରେ ଯୁବ ରେଡ଼କ୍ରସର ପ୍ରବେଶ ଉତ୍ସବ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି I ମଙ୍ଗଳବାର ଏହି ଅବସରରେ ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଯୁବ ରେଡ଼କ୍ରସର ଜିଲ୍ଲା ସଂଯୋଜକ ତଥା ସିଦ୍ଧାର୍ଥ ମହାବିଦ୍ୟାଳୟ, ବିନିକାର ଅଧ୍ୟାପକ ବିଶ୍ୱନାଥ ମିଶ୍ର ମୁଖ୍ୟ ଅତିଥି, ସୁବଳୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଂଯୋଜକ ଅଧ୍ୟାପକ ଦେବାଶିଷ ପଧାନ ଓ ବୀରମହାରାଜପୁର ମହାବିଦ୍ୟାଳୟ ର ଅଧ୍ୟାପିକା ଡ଼. ସୁଶ୍ରୀ ପ୍ରିୟଦର୍ଶିନୀ ପଣ୍ଡା ସମ୍ମାନିତ ଅତିଥି ଏବଂ ମା ‘ ଉମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଂଯୋଜକ ଉଦ୍ଧବ ପଧାନ ମୁଖ୍ୟ ପ୍ରଶିକ୍ଷକ ଭାବରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ I ଏହି ସଭାରେ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ଯୁବ ରେଡ଼କ୍ରସ ତରଫରୁ ସ୍ୱାଗତ କରାଯାଇଥିଲା I କଲେଜର ସଂଯୋଜକ ଅଧ୍ୟାପକ ସିଦ୍ଧେଶ୍ୱର ତ୍ରିପାଠୀ ସଭା ସଂଯୋଜନା ଓ ପରିଚାଳନା କରିଥିବାବେଳେ ଅଧ୍ୟାପକ ମାଧବ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ I ଏତଦ ବ୍ୟତୀତ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ମଧ୍ୟରୁ ସୁପ୍ରଭା ନନ୍ଦ , ଦୀପକ ଟୋପୋ , ଜିତେନ୍ଦ୍ର ସାହୁ , ନିତାରାଣୀ ପଧାନ , ବିଦ୍ୟୁତ ପ୍ରଭା ରଥ , ସୋନାଲି ମହାକୁର ପ୍ରମୁଖ ଉପସ୍ଥିତ ଥିଲେ I ସଭା ପରିଚାଳନାରେ ଜଗଦିଶ ସାହୁ , ବରୁଣ କଲତା ଓ କଳାକାହ୍ନୁ ପଧାନ ପ୍ରମୁଖ ସହାୟତା କରିଥିଲେ I