Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଏଆଇସିସି ଛତିଶଗଡ଼ ପ୍ରଭାରୀ ସଚିନ ପାଇଲଟଙ୍କୁ ସମ୍ବର୍ଦ୍ଧନା

ଝାରସୁଗୁଡ଼ା ୧୬/୯ (ଓଡ଼ିଶା ନ୍ୟୁଜ) ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦକ ତଥା ଛତିଶଗଡ଼ ପ୍ରଦେଶ ପ୍ରଭାରୀ ସଚିନ ପାଇଲଟଙ୍କୁ ଆଜି ପଞ୍ଚଗାଁ ଛକରେ ଦଳୀୟ କାର୍ଯ୍ୟକର୍ତ୍ତା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ । ସୂଚନା ଯୋଗ୍ୟ ଯେ ଦିଲ୍ଲୀ ରୁ ବିମାନ ଯୋଗେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବୀମାନ ବନ୍ଦରରେ ଓ ଓହ୍ଲେଇ ଏନଏଚ ୪୯ ଜାତୀୟ ରାଜପଥ ଦେଇ କୌଣସି ଦଳୀୟ କାର୍ଯ୍ୟକ୍ରମ ରେ ଯୋଗଦାନ ପାଇଁ ଆଜି ଛତିଶଗଡ଼କୁ ଯାଇଛନ୍ତି । ଏହି ସମୟରେ ଲଖନପୁର ବ୍ଲକ ପଞ୍ଚଗାଁ ଛକରେ କଂଗ୍ରେସ ଦଳର ବରିଷ୍ଠ କଂଗ୍ରେସ କର୍ମୀ ନୃପଲାଲ ନାଏକ , ରାମଚନ୍ଦ୍ର ମେହେର , ଅଶୋକ ଖମାରୀ, ଅନିରୁଦ୍ଧ ଧୁରୁଆ, ଲମ୍ବୋଦର ରୋହିଦାସ, ଲୁକେଶ୍ଵର ଧୂରୁଆ, ପ୍ରସନ୍ନ ପଧାନ, ଗୋବିନ୍ଦ ମେହେର, ନନ୍ଦଳାଲ ଷଣ୍ଢ, କ୍ଷୀରୋଦ ପଧାନ , ସଞ୍ଜୟ ମେହେର , ଲବ ଗୁପ୍ତା, ସୁସିତ ରୋହିଦାସଙ୍କ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇ ଶ୍ରୀ ପାଇଲଟ ଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।