ମାଁ ବଞ୍ଜାରେନ ପୀଠରେ, ନବରାତ୍ର ପୂଜା ପାଇଁ କଳସ ଶୋଭାଯାତ୍ରା

କଳାହାଣ୍ଡି, ୨୪/୦୯
(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସେବକ ନଗର କଲୋନୀ ଅର୍କବାହାଳିପଡ଼ା ୱାର୍ଡ଼ ନଂ ୦୭ରେ ଥିବା ସ୍ବର୍ଗୀୟ ଜୟ ଦୁର୍ଗାଙ୍କ ପୁଅ ଦାଶରଥି ଦୁର୍ଗାଙ୍କ ମାଁ ବଞ୍ଜାରେନ ମନ୍ଦିରରେ ୧୧ ତମ ମାଁ ବଞ୍ଜାରେନଙ୍କ ନବଗ୍ରହ ପୂଜା ଅନୁଷ୍ଠିତ ହୋଇଯାଇଛି । ମାଁ ବଞ୍ଜାରଣଙ୍କ ମନ୍ଦିର ନବରାତ୍ରି ପୂଜା ପାଇଁ ରବିବାର ସକାଳ ଆଠଟାରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗଙ୍ଗାମାତାଙ୍କୁ ବରଣ କରିବାପରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶତାଧିକ ମହିଳା ପୁରୁଷ ଏହି କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପାରମ୍ପରିକ ପଞ୍ଚବାଦ୍ୟ ସହିତ ରଜାବନ୍ଧଠାରୁ ମାଁ ବଞ୍ଜାରେନ ମନ୍ଦିର ନବରାତ୍ରି ପୂଜା ପାଇଁ କଳସ ଶୋଭାଯାତ୍ରାରେ । ଅର୍କାବାହାଳିପଡା ଛକ, ଦୟାନିଧି ଛକ, ମହାବୀରପଡା ଛକ, ଗାନ୍ଧୀ ଛକ ଦେଇ ମାଁ ବଞ୍ଜାରେନ ମନ୍ଦିରେ କଳସ ଶୋଭାଯାତ୍ରାରେ ପହଞ୍ଚି ଥିଲା । ଏହି ପୀଠରେ ଦାଶରଥି ଦୁର୍ଗା ଓ ଦ୍ରୌପତି ଦୁର୍ଗାଙ୍କ ତତ୍ୱଧନରେ ପୂଜା କାର୍ଯ୍ୟ ସମ୍ପାଦନ ହେଉଥିବା ବେଳେ ମୁଖ୍ୟ ପୂଜାରୀ ଚିତ୍ତରଞ୍ଜନ ମୁଣ୍ଡ, ମହେଶ ଦୁର୍ଗା (ଗୁଡ୍ଡୁ), ଗାୟତ୍ରୀ ଦୁର୍ଗାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ୨୨ ତାରିଖ ସୋମବାର ଦିନରେ ମାଁ ବଞ୍ଜାରେନଙ୍କ ପୀଠରେ କଳସ ସ୍ଥାପନ, ହୋଇଥିବା ବେଳେ ୩୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ମାଁଙ୍କ ଉପଚାର ପୂଜା, ଚଣ୍ଡୀପାଠ ଓ ଯଂଜ୍ଞ ଅନୁଷ୍ଠିତ ହେବ । ଏହି ପୀଠରେ ଭକ୍ତମାନଙ୍କ ମନୋସ୍କାମନା ପୂର୍ଣ ହେଉଥିବାରୁ ଦୂର ଦୁରାନ୍ତର ବହୁ ଭକ୍ତଙ୍କ ସମାବେଶ ହୋଇଥାଏ ତଥା ପ୍ରତ୍ୟେକ ଦିନ ଭକ୍ତଙ୍କ ପାଇଁ ଅନ୍ନ ପ୍ରଶାଦ ସେବନ ବ୍ୟବସ୍ଥା ହୋଇଥିବାର ମନ୍ଦିର କମିଟିର ସଦସ୍ୟ ଜଣାଇଛନ୍ତି। ଅକ୍ଟୋବର ୧ ତାରିଖ ରେ ନବକୁମାରୀ ପୂଜାରେ କୁମାରୀ ମାନଙ୍କୁ ପୂଜା ହେବାକୁ ଥିବା ବେଳେ ପ୍ରସାଦ ସ୍ଵେନର ବ୍ୟବସ୍ଥା ହୋଇଛି । ଚଳିତ ବର୍ଷ ମୁଖ୍ୟ କର୍ତ୍ତା ଭାବରେ ବାବୁଲାଲ ଦୁର୍ଗା, ବିମଳା ଦୁର୍ଗା, ଅଭିମନ୍ୟୁ ଦୁର୍ଗା, ନୀଳା ଦୁର୍ଗା କାର୍ଯ୍ୟ ତୁଲାଉ ଥିବାବେଳେ ଦୀନେଶ ନାଏକ, ଦୀପକ ଦୀପ କାର୍ଯ୍ୟ ନିର୍ବାହ କରୁଛନ୍ତି। ଏହି କଳସ ଶୋଭାଯାତ୍ରାରେ ପରିଚାଳନା କମିଟିର ସଦସ୍ୟ ବିଶ୍ୱନାଥ ଦୁର୍ଗା, ସନ୍ତୋଷୀ ଦୁର୍ଗା, ଉମା ଦୁର୍ଗା, ସୁଜାତା ଦୁର୍ଗା, ତରୁନ ଦୁର୍ଗା, ଜଗନ୍ନାଥ ନାଏକ, ଅତୁଳ ବେହେରା, ବନିତା ବେହେରା, ରଶ୍ମିତା ପତ୍ରେ, ଦୀପକ ଦୀପ (ପ୍ରଶାନ୍ତ), ବନିତା ଦୀପ, ଅମନ ସିନ୍ଦୁର, ରିତା ସିନ୍ଦୁର, ବିଶାଳ ସୋନୀ, ରୋଜି ନାଏକ, ସମୀର ନାଏକ, ହୋଳିକା ନାଏକ, ବିଶାଳ ଦୁର୍ଗା, ଟିକି ଦୁର୍ଗା, ସୁମନ ଦୁର୍ଗା, ରିୟା ଦୁର୍ଗା ସହିତ ଅନ୍ୟ ବହୁ ପୂଜକ ସାମିଲ ହୋଇଛନ୍ତି।