କୁଟୃଖମାର ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀ ଙ୍କ ଦ୍ଵାରା ପୋସ୍କୋ ନିୟମ ଉପରେ ସଚେତନତା କାର୍ଯ୍ୟକ୍ରମ

ଭବାନୀପାଟଣା, ୨୪/୦୯
ଜଗନ୍ନାଥ ନାଏକ : ମଙ୍ଗଳବାର ଦିନ ଅପରାହ୍ନ ୩ ଘଣ୍ଟା ସମୟରେ ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠରେ କଳାହାଣ୍ଡି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀଙ୍କ ଦ୍ବାରା ଛାତ୍ର ଛାତ୍ରୀଙ୍କୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ବିଦ୍ୟାପୀଠର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ କମିଟିର ସଦସ୍ୟ ଉପସ୍ଥିତ ରହିଥିଲେ। ସଚେତନତା କାର୍ଯ୍ୟକ୍ରମରେ ଚେୟାର ପର୍ସନ ବିମଳ କୁମାର ଚାନ୍ଦ ପି ଏଲ ଏ (ପି ୟୁ ଏସ) କଳାହାଣ୍ଡି, ସ୍ନିଗ୍ଧା ପଣ୍ଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀ, ରୂପ ସିଂ ରାଉତ, ରାଜେଶ କୁମାର ନାୟକ, ସଞ୍ଜୟ କୁମାର ବେହେରା, ଯଶୋବନ୍ତ ନାଏକ, ଅଭିଷେକ ଭୋଇ ଓ ମୀରା ପଣ୍ଡା ପୋସ୍କୋ ନିୟମ ଉପରେ ସଚେତନତା ବାର୍ତ୍ତା ଦେଇଥିଲେ।