ବୀରମହାରାଜପୁର କଲେଜ ରେ ନଦୀ ଦିବସ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ତରଫରୁ ଆଜି ନଦୀ ଦିବସ ପାଳିତ ହୋଇଯାଇଛି I ଏହି ଅବସରରେ ଅନୁଷ୍ଠାନର କ୍ୟାଡେଟମାନେ ପୂର୍ବତନ ଅଧିକାରୀ କ୍ୟାପଟେନ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ପ୍ରତକ୍ଷ ତତ୍ୱାବଧାନରେ ନଦୀପଠାକୁ ଯାଇ ସଫାଇ କାର୍ଯ୍ୟକ୍ରମ କରିବା ସହିତ ବୃକ୍ଷ ରୋପଣ କରିଥିଲେ I ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢ଼ୀ ସଫା କରାଯାଇଥିବା ସ୍ଥାନରେ ପହଂଚି କଡେଟ ମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ I ଅନୁଷ୍ଠାନର କର୍ମଚାରୀ ଚିନ୍ମୟ କୁମାର ପଣ୍ଡା କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ I ଏଥରେ 38 ଜଣ କେଡେଟ ଅଂଶ ଗ୍ରହଣ କରିଥିଲେ I