ଆନ୍ତର୍ଜାତିକ ବୟୋବୃଦ୍ଧ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବୀରମହାରାଜପୁର :
ଆସନ୍ତା ଅକ୍ଟାବର ୧ ତାରିଖରେ ଆନ୍ତର୍ଜାତୀୟ ବୟୋବୃଦ୍ଧ ଦିବସ ପାଳନ ପାଇଁ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ, ବୀରମହାରାଜପୁର ଠାରେ ଆଜି ଏକ ପ୍ରସ୍ତୁତି ବୈଠକ ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରିବା ପାଇଁ ବଳରାମ କାଣ୍ଡ ଓ ପ୍ରଶାନ୍ତ କୁମାର ଶତପଥୀ ଙ୍କ ନାମ ସ୍ଥିରୀକୃତ ହୋଇଛି । ପୁନଶ୍ଚ ଜିଲ୍ଲା ସ୍ତରରେ ଏହା ଆସନ୍ତା ଅକ୍ଟୋବର ୧୦ ତାରିଖରେ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏ ସଂପର୍କିତ ପ୍ରସ୍ତୁତି ବୈଠକ ର ପ୍ରସ୍ତାବ ବିବରଣୀ ସଦସ୍ୟ ଦ୍ବିତୀକୃଷ୍ଣ ପଣ୍ଡାଙ୍କ ଦ୍ବାରା ପଠନ ପରେ ସମ୍ବର୍ଦ୍ଧନା ପାଇଁ ୨ଜଣ ବରିଷ୍ଠ ନାଗରିକ ଙ୍କ ନାମ ସୁପାରିଶ ଲାଗି ଜଣାଇଥିବାରୁ ପ୍ରତାପ ଶଙ୍କର ପାଣିଗ୍ରାହୀ ଓ ଗୋପୀନାଥ ମହାକୁରଙ୍କ ନାମ ସୁପାରିଶ କରାଯାଇଛି।
ବୈଠକରେ କୃଷ୍ଣଚନ୍ଦ୍ର ପାଢ଼ୀ , ଦୟାନିଧି ହୋତା , ସୁଦାମ ସେଠୀ, ବାସୁଦେବ ପଣ୍ଡା , ନାରାୟଣ ପ୍ରସାଦ ନାୟକ, ଅକ୍ଷୟ ମିଶ୍ର, କୃଷ୍ଣ ଚନ୍ଦ୍ର ମଲ୍ଲିକ , ଅକ୍ରୂର ଦନ୍ତା, ଦିଲ୍ଲିପ ମିଶ୍ର, ଚମରା ମହାକୁର, ଶ୍ୟାମସୁନ୍ଦର ସେଠୀ , ସତ୍ୟ ନାରାୟଣ ନାୟକ, ଧୀରେନ୍ଦ୍ର ବାଘ , ଚମ୍ପେଶ୍ବର ଦାଶ, ଜ୍ଞାନେନ୍ଦ୍ର ତ୍ରିପାଠୀ, ସୂର୍ଯ୍ୟ ପାଣିଗ୍ରାହୀ, ରାଧେଶ୍ୟାମ ରାୟ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସଂପାଦକ ସନ୍ତୋଷ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।