ବୀରମହାରାଜପୁର କଲେଜ ରେ ସାମୁହିକ ସଫେଇ ଅଭିଯାନ

ବୀରମହାରାଜପୁର : ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶରେ ଗୁରୁବାର ବୀରମହାରାଜପୁର କଲେଜ ପରିସରରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଡ଼. ହିମାଂଶୁ ଶେଖର ପାଢୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷା କର୍ମଚାରୀ ମାନଙ୍କ ସହ ପାଞ୍ଚ ଶହ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ I ଏଥିରେ ଶ୍ରେଣୀଗୃହ ଠାରୁ ଆରମ୍ଭକରି ଖେଳପଡିଆ ପର୍ଯ୍ୟନ୍ତ ସମସ୍ତ ସ୍ଥାନ ସଫା କରାଯାଇଥିଲା I ବିଭିନ୍ନ ବିଭାଗର ମୁଖ୍ୟ ମାନେ ସେମାନଙ୍କ ବିଭାଗର ନେତୃତ୍ୱ ନେଇଥିଲେ I ଏତତ ବ୍ୟତୀତ ଏନ. ସି. ସି. କେଡେଟ ମାନଙ୍କ ନେତୃତ୍ୱ ଅବସରପ୍ରାପ୍ତ ଅଧିକାରୀ କ୍ୟାପଟେନ ସୂର୍ଯ୍ୟ ନାରାୟଣ ପଣ୍ଡା ନେଇଥବାବେଳେ ଏନ. ଏସ. ଏସ. ବିଭାଗର ନେତୃତ୍ୱ ଅଧ୍ୟାପିକା ଯାମିନୀ ଦାଶ ନେଇଥିଲେ I ସକାଳ ୮ଟାରୁ ଏହି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିଥିଲା I