ବୀରମହାରାଜପୁର ବ୍ଲକ ରେ ମିଶନ ଶକ୍ତି ସି ଏସ୍ ଏସ୍ ଙ୍କ ଗଣ ଧାରଣା

ବୀରମହାରାଜପୁର : ବୀରମହାରାଜପୁର ବ୍ଲକ କାର୍ଯ୍ୟାଳୟ ରେ ଶୁକ୍ରବାର ବି କେ. ସି ଆର ପି. କୃଷିମିତ୍ର ଙ୍କ ମିଳିତ ଗଣ ଧାରଣା ଦେବା ସହିତ ସରକାରଙ୍କୁ ବିଭିନ୍ନ ଦାବି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜୀବ ହାଂସଦା ଙ୍କୁ ଦାବୀ ପତ୍ର ଦେଇ ଥିଲେ l ବିଭିନ୍ନ ପ୍ରକାର ନାରା ବାଜି ସହିତ ଦୀର୍ଘ ଛ ମାସ ବକେୟା ଦରମା , ପୂର୍ବ ପରି ପାଉଥିବା ଦରମା , ଆକାଉଣ୍ଟ ରେ ଦରମା ଦେବା , ସ୍ଥାଇ ନିଯୁକ୍ତି ଦେବା ଦାବି ନେଇ ବ୍ଲକ କାର୍ଯ୍ୟାଳୟ ରେ ସକାଳ ୧o ଘଣ୍ଟାରୁ ଚାରି ଘଣ୍ଟା ପର୍ଯ୍ୟନ୍ତ ହୁଳସ୍ତୁଲ କରିଥିଲେ I ୧୫ ଟି ପଂଚାୟତ ର କମୁନିଟି ସପୋର୍ଟ ଷ୍ଟାଫ ଏହି ଗଣ ଧାରଣାରେ ସଭାନେତ୍ରୀ ମଥୁରା ପଧାନ ସମ୍ପାଦିକା ସସ୍ମିତା ବେହେରା ଓ ସମସ୍ତ ଏମ ବି କେ. ସି ଆର ପି ସାମିଲ ଥିଲେ l