ହୀରାକୁଦର ୨୦ ଗେଟ୍ ଖୋଲା

ଲଗାତାର ବର୍ଷା କାରଣରୁ ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାରରୁ ୨୦ଟି ଗେଟ ଖୋଲା ଯାଇ ଜଳ ନିଷ୍କାସନ ଚାଲିଛି। ମୁଣ୍ଡଳିରେ ୫ ଲକ୍ଷ ୭୮ ହଜାର କ୍ୟୁସେକ ଜଳ ପ୍ରଭାବିତ ହେଉଛି। ଯଦି ମୁଣ୍ଡଳିର ଉପର ମୁଣ୍ଡରେ ବର୍ଷା ହୁଏ ତେବେ ଆଗକୁ ଅଧିକ ପାଣି ବଢ଼ିପାରେ ।କିନ୍ତୁ ବର୍ତ୍ତମାନ କୌଣସି ସ୍ଥାନରେ ବିପଦ ସଂକେତ ଉପରେ ଜଳ ପ୍ରଭାବିତ ହେଉନାହିଁ । ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ । ମୁଣ୍ଡଳିର ଜଳସ୍ତର ବଢିବା କାରଣରୁ କିଛି ତଳିଆ ଅଞ୍ଚଳ ବା ଶାଖା ନଦୀ ଯଥା କାଠଯୋଡି, ବିରୂପା, କୁଶଭଦ୍ର, କୁଆଖାଇ, ଦୟା, ଭାର୍ଗବୀ, କଂଦଳ ଆଦି ଶାଖା ନଦୀରେ ଜଳ ସ୍ତର ବୃଦ୍ଧି ପାଇବ । ଏହାର ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ।
ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏହା ସହ କ୍ଷେତ୍ର ପରିଦର୍ଶନ କରି ଟିମକୁ ମଧ୍ୟ ଆଜିଠାରୁ ବିଭିନ୍ନ ଅଞ୍ଚଳ ଗସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ କୋରାପୁଟ, ମାଲକାନଗିରି,କଳାହାଣ୍ଡିରେ ରେଡ ୱାର୍ନିଙ୍ଗ କରାଯାଇଛି । ସେହିଭଳି ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର,ରାୟଗଡ଼ା, କାନ୍ଦମଳା, ଗଞ୍ଜାମରେ ୱାରେଞ୍ଜ ୱାର୍ନିଙ୍ଗ ରହିଛି । ତେଣୁ ସମସ୍ତ ସତର୍କ ରହିବାକୁ ଆମେ ପରାମର୍ଶ ଦେଉଛୁ ବୋଲି ମୁଖ୍ୟମନ୍ତ୍ରୀ ଯନ୍ତ୍ରୀ କହିଛନ୍ତି।