କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ଭାବେ ଜଳନ୍ଧର ନାଏକ

କଳାହାଣ୍ଡି, ୨୭/୦୯
(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ଭାବେ ଜଳନ୍ଧର ନାଏକ ନିଯୁକ୍ତି ହୋଇଛନ୍ତି। ସେ ପୂର୍ବରୁ ଜିଲ୍ଲା କଂଗ୍ରେସ ସଂଯୋଜକ ଭାବରେ କାର୍ଯ୍ୟ କରୁଥିଲେ। ଥୁଆମୂଳ ରାମପୁର ବ୍ଲକ ଜାମଗୁଡ଼ର ଅଧିବାସୀ ଜଳନ୍ଧର ନାଏକ ୧୯୯୭ ମସିହାରେ ସେ ବ୍ଲକ ଛାତ୍ର କଂଗ୍ରେସର ସଭାପତି, ଯୁବ ସଭାପତି ଓ ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ସେ ଆଗାମୀ ଦିନରେ ସମସ୍ତ କର୍ମୀଙ୍କୁ ନେଇ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବା ନିମନ୍ତେ ପ୍ରାଥମିକତା ଦେବେ। ସେହିଭଳି ପିସିସି ସଭାପତି ଭକ୍ତ ଚରଣ ଦାଶଙ୍କ ନିଜ ଜିଲ୍ଲାରେ କଂଗ୍ରେସ କୁ ଆହୁରି ଲୋକଙ୍କ ନିକଟତର କରିବା ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି। ଦଳ ତାଙ୍କ ଉପରେ ଭରସା କରି ସଭାପତି ଦାୟିତ୍ୱ ଦେଇଛନ୍ତି। ଆଗାମୀ ଉପନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ। ଦଳକୁ ଆହୁରି ମଜଭୂତ କରାଯିବ ବୋଲି ନାଏକ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।