ରେତ ଡ୍ୟାମ ମୁଖ୍ୟ_କେନାଲ ଭୁଶୁଡ଼ିଲା ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ

ଭବାନୀପାଟଣା, ୨୭/୦୯
(ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଳକ୍ ଦେପୁର ନିକଟର ରେତ ଡ୍ୟାମ ମୁଖ୍ୟ କେନାଲରେ ଘାଇ ସୃଷ୍ଟି ହୋଇଛି। ଦେପୁର ନିକଟରେ ଭାଙ୍ଗିଲା ରେତଡ୍ୟାମ ମୁଖ୍ୟ କେନାଲ ବୁଡିଲା ଚାଷ ଜମି।
ଦୁଇ ଦିନ ଧରି ଲଗାଣ ବର୍ଷା ଲାଗି ରହିଛି । ଯାହାଫଳରେ କଳାହାଣ୍ଡି ଜିଲ୍ଲା ରେତ ଡ୍ୟାମର ଦେପୁର ନିକଟରେ ମୁଖ୍ୟ କେନାଲ ଭାଙ୍ଗି ୬୦ ହେକ୍ଟର ରୁ ଉର୍ଦ୍ଧ୍ବ ଚାଷ ଜମି ଜଳମଗ୍ନ ହେବା ସହ କ୍ଷତିଗ୍ରସ୍ତ ହୋଇଛି। ସକାଳୁ କେନାଲ ଭାଙ୍ଗିଥିବା ବେଳେ ବିଭାଗୀୟ ଅଧିକାରୀଙ୍କୁ ଚାଷୀ
ମାନେ ଜଣେଇଥିଲେ ରେତ କର୍ତ୍ତୃପକ୍ଷ ପହଞ୍ଚି ଅନୁଧ୍ୟାନ କରିଥିବା ଜଣାଯାଇଛି। ଲଗାଣ ବର୍ଷା ଯୋଗୁଁ କେନାଲ ବନ୍ଧ କରିବା ପାଇଁ ଚାଷୀ ମାନେ ଅନୁରୋଧ କରିଥିଲେ, ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରିନଥିଲେ। ପୂର୍ବରୁ ମଧ୍ୟ ନିମ୍ନମାନର କାମ କରିଥିବା ଯୋଗୁଁ କେନାଲ ରେ ୨୦ଫୁଟ ର ବଡ ଘାଇ ସୃଷ୍ଟି ହୋଇଛି। ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ତଦାରଖ ଆରମ୍ଭ କରିଥିବାବେଳେ, କ୍ଷତିଗ୍ରସ୍ତ ଚାଷୀମାନେ କ୍ଷତିପୂରଣ ଦାବି କରିଛନ୍ତି।