ସର୍ବଶ୍ରୀର ଶବ୍ଦ ରୂପେଣ ସଂସ୍ଥିତା କାର୍ଯ୍ୟକ୍ରମ

ଭବାନୀପାଟଣା:ଭାରତ ଏକ ଶକ୍ତି ପୂଜାର ପବିତ୍ର ଭୂଖଣ୍ଡ। ଏଠି ଶକ୍ତି ସ୍ୱରୂପା ସକଳ ସୃଷ୍ଟି। ଅଶ୍ୱିନର ଆଗମନରେ ସ୍ୱୟଂ ଶକ୍ତି ଧରାବତରଣ କରନ୍ତି। ପ୍ରକୃତି ହୋଇଉଠେ ମାତୃମୟ। ଲେଖକମାନେ ଏଥିରେ ସାଧକ ଭାବେ ଶବ୍ଦ ତୋଳନ୍ତି। ଶାନ୍ତି, ପ୍ରେମ ଓ ସମରସତାର ବାର୍ତ୍ତାବହ ଶାରଦୀୟ କ୍ଷେତ୍ର ବୋଲି ସର୍ବଶ୍ରୀ ସବାଖିଆ ସାହିତ୍ୟ ସଂସଦର ଧାରାବାହିକ ୨୨୪ ସଂଖ୍ୟା ସାରସ୍ୱତ ପର୍ବ ‘ଶବ୍ଦ ରୂପେଣ ସଂସ୍ଥିତା’ ପାଳନ ଅବସରରେ ମତ ପ୍ରକାଶ ପାଇଥିଲା। ସ୍ଥାନୀୟ ସ୍ୱାମୀ ଶିବାନନ୍ଦ ବାଳ ବିକାଶ କେନ୍ଦ୍ର ପରିସରରେ ଆୟୋଜିତ ଏଇ କାର୍ଯ୍ୟକ୍ରମରେ ବ୍ରହ୍ମାନନ୍ଦ ସାମଲଙ୍କ ପୌରୋହିତ୍ୟ କରିଥିଲେ।ପ୍ରାରମ୍ଭରେ ‘ସାମ୍ପ୍ରତିକ ସାହିତ୍ୟର ଗତି-ସ୍ଥିତି ଓ ସଂପ୍ରୀତି’ ଶୀର୍ଷକରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ସର୍ବଶ୍ରୀ ଆନନ୍ଦିନୀ ପାତ୍ର, ସାଗର ବୈଠାରୁ, ସଂଜୀବ କୁମାର ପଣ୍ଡା, ଦୀପ୍ତି ମୁଣ୍ଡ, କିଶୋର ମହାନନ୍ଦ, କାଜଲ ମହାରଣା, ପ୍ରତାପ ପଣ୍ଡା, ଆଶୁତୋଷ ପୁରୋହିତ, ରଚିତା ମେହେର, ବିନା ମୁଣ୍ଡ, ଅନୀଲ ବିଶି, ଶିବଶକ୍ତି ପୁରୋହିତ, ଦେବାଂଶୀ ନାଗ ପ୍ରମୁଖ କବିତାବୃତ୍ତି ଓ ଗପପାଠ କରିଥିଲେ। ଯୁବକବି ପ୍ରତାପ ଚନ୍ଦ୍ର ପଣ୍ଡା ଆସର ପରିଚାଳନା ଓ କବିତା ସଂଯୋଜନା କରିଥିବାବେଳେ ଯୁବକବି ଆଶୁତୋଷ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।