Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମଞ୍ଚ ଦୁଲୁକାଇଲେ ଗାୟିକା ଅନ୍ତରା ଓ ଗାୟକ ସ୍ୱୟଂ

ବେଲଗୁଣ୍ଠା : ସଂସ୍କୃତିସମ୍ପନ୍ନ ସହର ବେଲଗୁଣ୍ଠାର ଐତିହାସିକ ଠାକୁରାଣୀ ଯାତ୍ରା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ଓଡ଼ିଶାର ପୂର୍ବତନ ଗ୍ରାମ୍ୟ ଉନ୍ନୟନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଉଦଘାଟକ ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ ।ମାଁ ବ୍ରାହ୍ମଣ ଦେବୀ ଯାତ୍ରା ମହୋତ୍ସବ କମିଟି ସଭାପତି ତଥା ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ D Mଯୋଗ ଦେଇ ମଞ୍ଚରେ ନିଜର ପ୍ରଦର୍ଶନ ଦ୍ଵାରା ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶନଙ୍କୁ ବାନ୍ଧି ରଖିଥିଲେ ।ଏ ଦୁହିଁଙ୍କୁ ଦେଖିବା ପାଇଁ ବେଲଗୁଣ୍ଠା ବଡ଼ଦାଣ୍ଡରେ ବହୁ ଭିଡ ଲକ୍ଷ୍ୟ କରାଯାଇଥିଲା । କାର୍ଯ୍ୟକ୍ରମରେ ଯାତ୍ରା ମହୋତ୍ସବ କମିଟି କାର୍ଯ୍ୟକାରୀ ସମ୍ପାଦକ ସନ୍ତୋଷ କୁମାର ସୁବୁଦ୍ଧି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଫିରୋଜ କୁମାର ସେଠୀ, ସମ୍ପାଦକ ସନ୍ତୋଷ କୁମାର ପଣ୍ଡା,ଉପ ସଭାପତି ଟି ବବିତା କୁମାରୀ, ସୋରଡ଼ା ନଗରପାଳ ଶିବ ଶଙ୍କର ପଣ୍ଡା, ବେଲଗୁଣ୍ଠା ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଉପାଧ୍ୟଖ୍ୟା ପ୍ରମିଳା ପ୍ରଧାନ,ପୁର୍ବତନ ନଗରପାଳ ରବୀନ୍ଦ୍ରନାଥ ମହାପାତ୍ର, ପୁର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ ଓ ସମସ୍ତ କାଉନସିଲର ବୃନ୍ଦ ମଞ୍ଚାସୀନ ଥିଲେ । ବେଲଗୁଣ୍ଠା ପୋଲିସ ପକ୍ଷରୁ ଥାନାଧିକାରୀ ପ୍ରକାଶ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।ସମସ୍ତ କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ତଦାରଖ କରିଥିବା ବେଳେ ଇଭେଣ୍ଟ ମ୍ୟାନେଜର ପ୍ରଭାତ କୁମାର ସାହୁ ଓ ବେଲଗୁଣ୍ଠା ସହରର ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।