Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନେପାଳରେ ଶାସନ ପରିବର୍ତ୍ତନ, ଆମେରିକା କରିଛି ଫଣ୍ଡିଂ!

ବାଂଲାଦେଶ ମଡେଲରେ  ନେପାଳରେ ଶାସନ ପରିବର୍ତ୍ତନ ହୋଇଛି। ଏଥି ପାଇଁ ଆମେରିକା ପାଣ୍ଠି ସମେତ ଯୁବକମାନଙ୍କୁ ଟ୍ରେନିଂ ମଧ୍ୟ ଦେଇଥିଲା। ତଥ୍ୟ ଓ ପ୍ରମାଣ ସହିତ ‘ନର୍ଥ ଇଷ୍ଟ ନ୍ୟୁଜ୍’ ଏହି ରିପୋର୍ଟ  ପ୍ରକାଶ କରିଛି। ରିପୋର୍ଟ ଅନୁସାରେ ଆମେରିକା ଅନ୍ତର୍ଜାତୀୟ ରିପବ୍ଲିକାନ ସଂସ୍ଥାନ (ଆଇଆରଆଇ) ବାଂଲାଦେଶରେ ଶାସନ ପରିବର୍ତ୍ତନ ପାଇଁ ଗୋପନରେ ପାଣ୍ଠି ପଠାଉଥିଲା । ରିପୋର୍ଟରେ ଦାବି କରାଯାଇଛି ଯେ ଆଇଆରଆଇ ନେପାଳରେ ହିଂସା ଉସକାଇବାକୁ ବାଂଲାଦେଶୀ ମଡେଲକୁ ବ୍ୟବହାର କରିଛି।

ଉଲ୍ଲେଖଯୋଗ୍ୟ ଯେ ବାଂଲାଦେଶରେ ଶେଖ ହସିନାଙ୍କ ସରକାର ଭାଙ୍ଗିବାରେ ଆମେରିକାର ଇଣ୍ଟରନ୍ୟାସନାଲ ରିପବ୍ଲିକାନ ଇନିଷ୍ଟିଚ୍ୟୁଟ (ଆଇଆରଆଇ) ଓ ନ୍ୟାସନାଲ ଏଣ୍ଡୋମେଣ୍ଟ ଫର ଡେମୋକ୍ରାସୀ (ଏନଇଡି) ଭୂମିକା ଉପରେ ପ୍ରଥମରୁ ହିଁ ପ୍ରଶ୍ନ ଉଠୁଛି। ଏବେ ତାଜା ଡକ୍ୟୁମେଣ୍ଟରୁ ଜଣାପଡିଛି ଯେ ଏହି ଆମେରିକୀୟ ସଙ୍ଗଠନମାନେ ନେପାଳରେ ଯୁବକମାନଙ୍କୁ ଟ୍ରେନିଂ ଓ ଫଣ୍ଡିଂ ଦେଇ ଆନ୍ଦୋଳନର ଭୂମି ପ୍ରସ୍ତୁତ କରିଥିଲେ। ଏହି ସମୟରେ ସରକାରଙ୍କ ବିରୋଧରେ ଯୁବବର୍ଗଙ୍କୁ ସଙ୍ଗଠିତ କରାଯାଇଥିଲା, ରାଜନୈତିକ ସଚେତନତା ନାମରେ ହିଂସାତ୍ମକ ଆନ୍ଦୋଳନ ନିମନ୍ତେ ଉକସା ଯାଇଥିଲା।

ନର୍ଥଇଷ୍ଟ ନ୍ୟୁଜ୍ ଡକ୍ୟୁମେଣ୍ଟ ଆଧାରରେ ଦାବି କରିଛି ଯେ ଆମେରିକା ନ୍ୟାସନାଲ ଏଣ୍ଡୋମେଣ୍ଟ ଫର ଡେମୋକ୍ରାସୀ କାର୍ଯ୍ୟକ୍ରମରେ ବାଂଲାଦେଶ ଭଳି ନେପାଳକୁ ମଧ୍ୟ ପାଣ୍ଠି ପଠାଉଥିଲା। ଆଇଆରଆଇ ୧ ଜୁଲାଇ ୨୦୨୧ରୁ ୩୦ ଜୁନ ୨୦୨୨ ମଧ୍ୟରେ ‘ଯୁବ ନେତୃତ୍ୱ: ପାରଦର୍ଶୀ ନୀତି କାର୍ଯ୍ୟକ୍ରମ’କୁ ଫଣ୍ଡିଂ କରିବାକୁ ୩,୫୦,୦୦୦ ଡଲାର ପାଖାପାଖି ୩କୋଟି ଟଙ୍କା ନେପାଳ ପଠାଇଥିଲା। ଏଥିରେ ଆମେରିକା ଓ ନେପାଳ ମଧ୍ୟରେ ‘କନସଲ୍ଟାଣ୍ଟ ସର୍ଭିସେସ୍, ଟ୍ରେନିଂ, ୟୁଥ ୱାର୍କସପ ଓ ରିସର୍ଚ୍ଚ ପ୍ରେଜେକ୍ଟ’ ସାମିଲ ଥିଲା। ଏଥି ପାଇଁ ଆଇଆରଆଇ ୱାସିଂଟନ ଅଫିସ ବେତନ ଓ ବେନିଫିଟସ୍ ବାବଦେ ୭୫,୦୦୦ ଡଲାର ବ୍ୟୟ କରିଥିବା ବେଳେ ନେପାଳରେ ଫିଲ୍ଡ ଷ୍ଟାଫ, ଟ୍ରେନର୍ସ ଓ ରିସର୍ଚ୍ଚ ଫାର୍ମଙ୍କୁ ୧.୨ଲକ୍ଷ ଡଲାର ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ