Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଶିଷ୍ଠ ଓ ସୁଧାଂଶୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ମେଣ୍ଡିଲୀ ପାଲି କୁ ହରାଇ ବହଳପଦର ସେମି ଫାଇନାଲ ରେ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ହାଇସ୍କୁଲ ପଡ଼ିଆରେ ହେଉଥିବା ପ୍ରଥମ ବଶିଷ୍ଠ ଓ ସୁଧାଂଶୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସୋମବାର ମ୍ୟାଚ୍ ରେ ମେଣ୍ଡିଲିପାଲି କୁ ହରାଇ ବହଳପଦର ବିଜୟୀ ହୋଇ ସେମିଫାଇନାଲ ରେ ପ୍ରବେଶ କରିଛି। ପ୍ରଥମ ମ୍ୟାଚ ରେ ତେଲିପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୭ ଉଇକେଟ ହରାଇ ୯୫ ରନ କରିଥିଲା। ଜବାବରେ ବହଳପଦର ୭.୪ ଓଭର ରେ ୩ ଉଇକେଟ ହରାଇ ୯୬ ରନ କରି ବିଜୟୀ ହୋଇଥିଲ । ଦ୍ଵିତୀୟ ମ୍ୟାଚ୍ ରେ ମେଣ୍ଡିଲିପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୫ ଉଇକେଟ ହରାଇ ୭୯ ରନ କରିଥିବା ବେଳେ ଭଲିଆପଦର ୯.୩ ଓଭର ରେ ସମସ୍ତ ଉଇକେଟ ହରାଇ ୫୧ ରନ କରି ପରାସ୍ତ ହୋଇଥିଲା। ତୃତୀୟ ମ୍ୟାଚ୍ ରେ ମେଣ୍ଡିଲିପାଲି ପ୍ରଥମେ ବ୍ୟାଟିଂ କରି ୭.୩ ଓଭର ରେ ସମସ୍ତ ଉଇକେଟ ହରାଇ ୪୪ ରନ କରିଥିଲା। ଜବାବରେ ବହଳପଦର ଦଳ ୬.୫ ଓଭର ରେ ୪ ଉଇକେଟ ହରାଇ ୪୫ ରନ କରି ବିଜୟୀ ହୋଇ ସେମିଫାଇନାଲ ରେ ପ୍ରବେଶ କରିଛି। ମ୍ୟାଚ୍ ଗୁଡିକରେ ଟୁଟୁ ମହାକୁର ଓ ଆଶିଷ ମେହେର ଆମ୍ପାୟାର, କାହ୍ନା ପ୍ରଧାନ ସ୍କୋରିଙ୍ଗ ଏବଂ ବୁଲୁ ପାତ୍ର ଧାରାବିବରଣୀ ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ