କୀଟନାଶକ ଔଷଧ ସେବନ କରି ଜଣେ ଯୁବକ ମୃତ

ଝାରସୁଗୁଡା ୩୦/୯ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସୁକୁଲପାଲି ଗ୍ରାମର ଜଣେ ଯୁବକ କୀଟନାଶକ ଔଷଧ ସେବନ କରି ଚିକିତ୍ସା ଧୀନ ଅବସ୍ଥାରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି । ମୃତକ ଜଣକ ସୁକୁଲପାଲି ଗାଁର ଜନ ଠେଠୁଆ ଙ୍କ ପୁଅ ସୁଶୀଲ ଠେଠୁଆ (୪୫) । ଖବର ପାଇ ରେଙ୍ଗାଲି ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ପଞ୍ଚନାମା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ ।
ସୂଚନା ମତେ ସୋମବାର ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ କୌଣସି କାରଣ କୁ ନେଇ ସୁଶୀଲ କୀଟନାଶକ ଔଷଧ ସେବନ କରିଥିଲେ । ଏ ସମ୍ପର୍କରେ ଜାଣିପାରି ପରିବାର ଲୋକେ ପ୍ରଥମେ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ସୁଶୀଲ ଙ୍କ ପୁଅ ମିଥୁନ ଠେଠୁଆ ଙ୍କ ଲିଖିତ ଅଭିଯୋଗ ଅନୁସାରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ରେଙ୍ଗାଲି ଥାନା ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ନାୟକ ସୂଚନା ଦେଇଛନ୍ତି । କେଉଁ କାରଣରୁ ସୁଶୀଲ ଏଭଳି ଏକ ଚରମ ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ଭାବେ ଜଣା ପଡ଼ିନାହିଁ ।