Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୫ ବର୍ଷରେ ଗୋବିନ୍ଦପୁର ଆଞ୍ଚଳିକ ସାର୍ବଜନୀନ ଦୂର୍ଗାପୂଜା ରାଜସ୍ୱ ମନ୍ତ୍ରୀ ଓ ସାଂସଦଙ୍କ ପୂଜା ମେଢ଼ ଦର୍ଶନ

ଝାରସୁଗୁଡା ୩୦/୯ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ କଦମଡିହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଆଞ୍ଚଳିକ ସାର୍ବଜନୀନ ଦୂର୍ଗା ପୂଜା ଚଳିତ ବର୍ଷ ୨୫ ରେ ପଦାର୍ପଣ କରିଛି । ଚଳିତ ଆଶ୍ୱିନ କୃଷ୍ଣପକ୍ଷ ରବିବାର ଅମାବାସ୍ୟା ମହାଲୟା ତିଥିରେ ଶୁଭସ୍ତମ୍ଭ ଓ ଧ୍ବଜା ସ୍ଥାପନ ଏବଂ ସନ୍ଧ୍ୟାରେ ବିଲ୍ଵ ବରଣ, କଳସ ଯାତ୍ରା, ସୋମବାର ମହା ସପ୍ତମୀ ଓ ଭାଇ ଜିଉଁତିଆ ପୂଜା ଏବଂ ମଙ୍ଗଳବାର ମା ଙ୍କ ମହାଷ୍ଟମୀ ପୂଜା ସହ ଚଣ୍ଡୀପାଠ, ହୋମ, ଘୃତଆହୁତି ଆଦି ପୂଜାକାର୍ଯ୍ୟ ସଂପନ୍ନ ହୋଇଥିଲା । ସେହିପରି ବୁଧବାର ମହା ନବମୀ ପୂଜା, ଚଣ୍ଡୀପାଠ ହୋମଯଜ୍ଞ ଏବଂ ଗୁରୁବାର ପବିତ୍ର ବିଜୟା ଦଶମୀ ତିଥିରେ ଚଣ୍ଡୀପାଠ,ପୂର୍ଣ୍ଣାହୁତି, ପୁଷ୍ପାଞ୍ଜଳି ଏବଂ ଘଟ ବିସର୍ଜନ ପୂଜା ସହ ମା ଙ୍କ ପାର୍ବଣ ପୂଜା ଉଦଯାପିତ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି ।
ମା ଦୂର୍ଗା ଙ୍କ ଏହି ପୂଜା ଉତ୍ସବରେ ଦୟାନିଧି ନାଏକ ଓ ପତ୍ନୀ ଲିପି ନାଏକ କର୍ତ୍ତା ଦାୟିତ୍ୱ ନିର୍ବାହ କରୁଥିବା ବେଳେ ପଣ୍ଡିତ ଅଭିଷେକ ପଣ୍ଡା ଓ ପଣ୍ଡିତ ଅଜିତେଶ ପଣ୍ଡା ପୂଜାର୍ଚ୍ଚନା, ହୋମଯଜ୍ଞ ଆଦି କାର୍ଯ୍ୟ ସମ୍ପାଦନ କରୁଛନ୍ତି ଏବଂ ଅମୂଲ୍ୟ ନାଏକ, ଗୋପୀନାଥ ନାଏକ, ବୁଲୁ ନାଏକ, ସମୀର ଧୁରୁଆ, ଦିପୁ କାଳସା ଓ ସନତ ନାଏକ ଷଡ଼ ବୈଷ୍ଣବ ଭାବେ ପୂଜାକାର୍ଯ୍ୟରେ ସହଯୋଗ କରୁଛନ୍ତି । ଏହି କ୍ରମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରା ଯାଇଥିଲା । ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସାଂସଦ ପ୍ରଦୀପ ପୁରୋହିତ ଆସି ମା ଙ୍କୁ ପୂଜାର୍ଚ୍ଚନା ସହିତ ଆଶୀର୍ବାଦ କାମନା କରିଥିଲେ ।
ଗୋବିନ୍ଦପୁର ଆଞ୍ଚଳିକ ସାର୍ବଜନୀନ ଦୂର୍ଗାପୂଜାର ୨୫ ବର୍ଷ ପୂର୍ତ୍ତି ଅବସରରେ ଅଞ୍ଚଳର ବିଶିଷ୍ଟ ଗଣ୍ୟମାନ୍ୟ ଭଦ୍ରବ୍ୟକ୍ତି ଙ୍କୁ ଉପଢୌକନ ଦେଇ ପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଆଞ୍ଚଳିକ ଦୂର୍ଗାପୂଜା କମିଟିର ସଭାପତି ଉତ୍ତମ ନେଗୀ, ଉପ ସଭାପତି ତୁଷାରମ ପଧାନ, ନାରାୟଣ କାଲୋ, ସମ୍ପାଦକ ଦିଲ୍ଲୀପ ପଧାନ,ସହ ସମ୍ପାଦକ ସୁବାସ କାଲୋ, ସୁରେଶ କାଲୋ, କିଶୋର ବିଶ୍ଵାଳ,ଗୋସାଇଁ ପଧାନ, ରତ୍ନାକର ବିଶ୍ଵାଳ, ଅରଷ୍ଟି କାଳସା, ଅକ୍ଷୟ ନାଏକ, କଳାକାହ୍ନୁ ନାଏକ, ଦାମୋଦର ବିଶ୍ୱାଳ, ନିର୍ମଳ ବିଶ୍ଵାଳ, ସୁଜିତ ବିଶ୍ଵାଳ ଙ୍କ ସମେତ ଗୋବିନ୍ଦପୁର ଗାଁର ସମସ୍ତ ଗ୍ରାମବାସୀ ପରିଚାଳନା ରେ ସହଯୋଗ କରୁଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ