Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଟ୍ରାପାଲି ମାଁ ରାମଚଣ୍ଡୀଙ୍କ ପୀଠରେ ଶାରଦୀୟ ପାର୍ବଣ ପୂଜା

ଝାରସୁଗୁଡ଼ା ୩୦/୯ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ସମରବଗା ବିଶାଶହେ କୁଳତା ସମାଜ ଆଞ୍ଚଳିକ ଗୁଡ଼ି ପକ୍ଷରୁ କୁଟ୍ରାପାଲି ସ୍ଥିତ ମାଁ ରାମଚଣ୍ଡୀଙ୍କ ପୀଠରେ ଆଜି ଶାରଦୀୟ ପାର୍ବଣ ପୂଜା ମହା ସମାରୋହରେ ପାଳିତ ହୋଇ ଯାଇଛି । ପ୍ରଥମେ ଘଣ୍ଟଶଙ୍ଖ ବାଦ୍ୟ ସହ ଏକ ଶୋଭାଯାତ୍ରାରେ ଯାଇ କୁଟ୍ରାପାଲି ପୋଖରୀରୁ ଜଳପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରା ଯାଇଥିଲା । ଉକ୍ତ ପୂଜାରେ ଯଦୁମଣି ପ୍ରଧାନ ଓ ପତ୍ନୀ ଅମିତା ପ୍ରଧାନ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ବେଳେ ପୂଜକ ବୃଷଭ ପଧାନ ଓ ମିତ୍ରଭାନୁ ପଧାନ ଉଭୟେ ପାରମ୍ପରିକ ବିଧି ଅନୁଯାୟୀ ସମସ୍ତ ପୂଜାକାର୍ଯ୍ୟ ସମ୍ପାଦନା କରିଥିଲେ । ସମରବଗା ଆଞ୍ଚଳିକ ଗୁଡ଼ି ଅନ୍ତର୍ଗତ ଝାରଗାଁ, ସମରବଗା, କୁରେମାଲ, ଭଉଁରାଚକା, କୁଟ୍ରାପାଲି, ପରସିଆଁ, ଦେବଦରହ, ଛୁଇଖାଞ୍ଚ, ଦୁଆନମୁଣ୍ଡା, କୁଡ଼ାବଗା, ବେତଝରଣ ଏବଂ କୁଲିହାବେର୍ଣ୍ଣି ଗ୍ରାମର ବହୁ ସଂଖ୍ୟକ କୁଳତା ସମାଜର ପୁରୁଷ ଓ ମହିଳା ଯୋଗଦାନ କରି ମାଁ ଙ୍କ ଆଶୀର୍ବାଦ କାମନା କରିଥିଲେ । ଶେଷରେ ସମସ୍ତଙ୍କ ନିମନ୍ତେ ଅନ୍ନ ପ୍ରାସାଦ ବ୍ୟବସ୍ଥା କରା ଯାଇଥିଲା ।
ଏହି ଅବସରରେ କଦେଲପିଟା,ଚକ୍ରା ପୀଠ ତଥା ବିଭିନ୍ନ ଆଞ୍ଚଳିକ ଗୁଡ଼ି ମାନଙ୍କ ସଭାପତି, ସମ୍ପାଦକ ତଥା ବରିଷ୍ଠ ସଦସ୍ୟ ବୃନ୍ଦ ନିମନ୍ତ୍ରିତ ଅତିଥି ଭାବେ ଉତ୍ସବରେ ଯୋଗଦାନ କରିଥିଲେ ।
ସମରବଗା କୁଳତା ସମାଜ ଆଞ୍ଚଳିକ ଗୁଡ଼ିର ସଭାପତି ଅକ୍ଷର ପଧାନ, ସମ୍ପାଦକ ଈଶ୍ଵର ଚନ୍ଦ୍ର ବାରିକଙ୍କ ସମେତ ଘନଶ୍ୟାମ ବିଶ୍ଵାଳ, ରମାକାନ୍ତ ସାହୁ, ସୁରେଶ ଚନ୍ଦ୍ର ପ୍ରଧାନ, ଅମିନ ପଧାନ, ଆସାରାମ ପଧାନ, ଝସ କେତନ ପଧାନ, ଦିଲ୍ଲୀପ ପଧାନ, ଗୁଣମଣି ବିଶ୍ଵାଳ, ରାମ ସା,ରମଣୀ ରଞ୍ଜନ ବିଶ୍ଵାଳ, ମହେନ୍ଦ୍ର ପଧାନ ଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ପରିଚାଳନା ରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ