Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ଆନ୍ତର୍ଜାତିକ ବୟୋବୃଦ୍ଧ ଦିବସ ପାଳିତ

ବୀରମହାରାଜପୁର : ବରିଷ୍ଠ ନାଗରିକ ସଂଗଠନ ବୀରମହାରାଜପୁର କାର୍ଯ୍ୟାଳୟ ରେ ଆଜି ଆନ୍ତର୍ଜାତିକ ବୟୋବୃଦ୍ଧ ଦିବସ ପାଳିତ ହୋଇଯାଇଛି l ଆୟୋଜିତ କାର୍ଯ୍ଯକ୍ରମରେ ସଂଘ ର ସଭାପତି ଡ. ପ୍ରଫୁଲ୍ଲ କୁମାର ରଥ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ଦେହୁରୀ ଏବଂ ମୁଖ୍ୟ ବକ୍ତା ଭାବରେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ତଥା ସଂଗଠନ ର ବରିଷ୍ଠ ସଦସ୍ୟ ଶ୍ରୀ ଦିନବନ୍ଧୁ ମେହେର ଅଂଶ ଗ୍ରହଣ କରିଥଲେ । ବୁଧବାର ଆନ୍ତର୍ଜାତୀକ ବୟୋବୃଦ୍ଧ ଦିବସ ଉପଲକ୍ଷେ ବକ୍ତବ୍ୟ ପ୍ରଦାନ୍ କରି ବକ୍ତା ମାନେ କହିଥିଲେ, ସେମାନଙ୍କ ଦୀର୍ଘ ଜୀବନ ଯାତ୍ରା ନିଶ୍ଚିତ ଏକ ପରିପୂର୍ଣ୍ଣ ସଫଳ କାହାଣୀ, ପ୍ରେରଣା ର ଉତ୍ସ, ସମାଜ ପାଇଁ ମାର୍ଗ ଦର୍ଶକ। ସେମାନଙ୍କ ଅବଦାନ ତଥା ସଫଳତାକୁ ମନେପକାଇ ଦିନଟି ପାଳନ କରାଯାଏ। ତାଙ୍କ ପାଇଁ ଏକ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ର ଗଠନ, ସୁରକ୍ଷା, ସାମାଜିକ ସମ୍ମାନ ଏବଂ ଶାନ୍ତି ରେ ସମ୍ମାନ ସହିତ ଏ ସମାଜ ରେ ବଞ୍ଚିବାର ଅଧିକାର ସମାଜ ତାଙ୍କୁ ଦେବା ନିହାତି ଜରୁରୀ । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ର ନିରାକରଣ ପାଇଁ ବ୍ୟବସ୍ଥା କରାଯିବା ସହିତ ଦୁର୍ବଳ ଶ୍ରେଣୀ ର ବରିଷ୍ଠ ନାଗରିକ ଙ୍କୁ ନ୍ୟୁନତମ ସୁବିଧା ପ୍ରଦାନ କରି ସେମାନଙ୍କ ଭାବର ଆବେଗ, ମନର କୋହ କୁ ହୃଦୟଙ୍ଗମ କରି ସହଯୋଗ ର ହାତ ବଢାଇଲେ ଦୁଃଖ ଲାଘବ ହେବା ସଂଗେସଂଗେ ମୁହଁରେ ହସର ଜୁଆର ଖେଳିବ ବୋଲି ମତ ପ୍ରକାଶ ପାଇଥିଲା । ସଭା କୁ ସଂଯୋଜନା କରିଥିଲେ ଅକ୍ଷୟ ମିଶ୍ର, ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ ସଂଘର କୋଷାଧ୍ୟକ୍ଷ ଦୟାନିଧି ହୋତା l ସମ୍ପାଦକ ସନ୍ତୋଷ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।
ସଭାରେ ଅଂଶଗ୍ରହଣ କରି ନିଜସ୍ଵ ବକ୍ତବ୍ୟ ରଖିଥିଲେ ସତ୍ୟ ଦାସ , ଭୂଷଣ ପାତ୍ର, ଜ୍ଞାନେନ୍ଦ୍ର କୁମାର ତ୍ରିପାଠୀ , ଚମ୍ପେଶ୍ୱର୍ ଦାସ, ସତ୍ୟନାରାୟଣ ନାଏକ ପ୍ରମୁଖ । ଏ ପରିପ୍ରେକ୍ଷୀରେ ସଂଗଠନର ବରିଷ୍ଠ ସଦସ୍ୟ ପ୍ରଶାନ୍ତ କୁମାର ଶତପଥୀ ଓ ବଳରାମ କାଣ୍ଡ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ବସୁଦେବ ରଥ , ଅକ୍ରୁର ଚରଣ ଦନ୍ତା , ମହାଦେବ ସାହୁ, ବୈକୁଣ୍ଠ ପଧାନ , ବସୁଦେବ ପଣ୍ଡା , ସୁଦର୍ଶନ ପଣ୍ଡା , ଯୁଧିଷ୍ଟିର ବେହେରା , ଜୟଦେବ ସାହୁ, ସୁରେଶ କୁମାର ରଣl , ଶ୍ୟାମସୁନ୍ଦର ସେଠୀ , ଚମରା ମହାକୁର , ଦିଲ୍ଲୀପ କୁମାର ମିଶ୍ର , ଦିଲ୍ଲୀପ କୁମାର ତ୍ରିପାଠୀ , ପ୍ରଦୀପ କୁମାର ଶତପଥୀ , ଅଦ୍ଵୈତ ପ୍ରସାଦ ପଣ୍ଡା , ରତ୍ନାକର ମହାକୁର , ତ୍ରିନାଥ ମିଶ୍ର , ଜିତେନ୍ଦ୍ରିୟ ପଧାନ, ରାଧେଶ୍ୟାମ ପୁରୋହିତ, ସୁଦାମ ଚରଣ ସେଠୀ , ଗୋପୀନାଥ ମହାକୁର, ରମେଶ ପଣ୍ଡl , ନାରାୟଣ ପ୍ରସାଦ ନାୟକ, ସୁରୁ ସାହୁ , ଅଯତ୍ନ କଲତା ପ୍ରମୁଖ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ