Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଟସମଲାଇ ରେ ମୁଇଁ ବି ଇ ଗାଁ ର ଝି ଆଏ, କାର୍ଯ୍ୟକ୍ରମ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ଗାଁ ରେ “ମୁଇଁ ବି ଇ ଗାଁର ଝି ଆଏ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ୨୦୨୨ରୁ ଆରମ୍ଭ ହୋଇ ୪ବର୍ଷ ହେଲା ହୋଇଆସୁଅଛି । ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଶାଶୁ ଘରେ ବୋହୁର କର୍ତ୍ତବ୍ୟ ପାଳନ କରୁ କରୁ ନିଜେ ଜଣେ ଝିଅ ବୋଲି ଭୁଲି ଯାଉଥିବା ଏହି ଗ୍ରାମର ଝିଅ ମାନଙ୍କୁ ପୁଣି ଥରେ ପିଲାଦିନକୁ ଫେରାଇ ନେବା | କାର୍ଯ୍ୟକ୍ରମ ରେ ସମସ୍ତେ ନିଜ ପିଲାଦିନର ସାଙ୍ଗସାଥିକୁ ଭେଟିବା ସହ ନିଜର ପିଲାଦିନକୁ ପୁଣିଥରେ ବଞ୍ଚିବାର ସୁଯୋଗ ପାଆନ୍ତି | ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ନିଆରା ଢଙ୍ଗରେ ପାଳନ କରୁଛନ୍ତି | ଏଥିରେ ମୁଖ୍ୟ ଅତିଥି ଭାବେ ଗାଁ ଗୈନ୍ତିଆଣି ସୌରେନ୍ଦ୍ରୀ ଅମାତ ଓ ସମ୍ମାନୀତ ଅତିଥି ଭାବେ ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତି ଜାନକୀରାମ ଦେହିରୀ , ନଳିନୀକାନ୍ତ ବାଘ ଓ ପୂର୍ଣ୍ଣଚନ୍ଦ୍ର ପାଢୀ ଯୋଗ ଦେଇଥିଲେ । ମ୍ୟୁଜିକ ଚେୟାର , ଦୌଡି ଡିଆଁ, ଗୀତ , ନାଚ ତଥା ବିଭିନ୍ନ ପ୍ରକାର ଖେଳ ଆଦି ଆୟୋଜନ ହୋଇଥିଲl । ଇପ୍ସିତା ପ୍ରିୟଦର୍ଶିନୀ ପାଢୀ , ମମିତା ପାଢୀ , ରାନୁ ସେଠୀ ଓ ଭାନୁମତୀ ବାଘ ମଞ୍ଚ ପରିଚାଳନା କରିଥିଲେ। ଅର୍ଚ୍ଚନା ଉଡାନ , ରାଧାରାଣୀ ପଣ୍ଡା , ପ୍ରମିଳା ବନଛୋର , ରୀମାରାଣି ପଟେଲ ,ରୀମା ମେଣ୍ଡିଲି ,ମୀତା ପାତ୍ର , ରେଣୁକା ପଧାନ , ସୀମା ପଧାନ , ଅନିମା ଖୁର୍ଡିଆ , ସ୍ବପ୍ନାରାଣୀ ପଧାନ , ମାନୀ ରଣା ଆଦି ପ୍ରମୁଖ ଦାୟିତ୍ଵ ନେଇ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ଶେଷ ରେ ପୁରସ୍କାର ବିତରଣ କରାଯାଇଥିଲା ଏବଂ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଝିଅ ମାନଙ୍କୁ ମାନପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ