ବେଲଗୁଣ୍ଠା ବ୍ଲକ ର ଜଣେବି ଛାତ୍ରଛାତ୍ରୀ ପାଇପାରିଲେନି A1


ବେଲଗୁଣ୍ଠା: ଆଜି ପ୍ରକାଶ ପାଇଛି ଦଶମ ଶ୍ରେଣୀ ପରୀକ୍ଷା ଫଳ I ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ବିଦ୍ୟାଳୟରେ ପରୀକ୍ଷା ଫଳ ଶତପ୍ରତିଶତ ରହିଥିଲେ ମଧ୍ୟ ସାରା ବ୍ଳକ୍ ରେ ଜଣେ ବି ଛାତ୍ର ଛାତ୍ରୀ A1 ଗ୍ରେଡ୍ ହାସଲ ନକରିବା ବ୍ଲକ୍ ର ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି I ବ୍ଳକ୍ ର ନେଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର 102 ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ବେଳେ ପରୀକ୍ଷା ଦେଇଥିବା ସମସ୍ତ 102 ଜଣ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି I ସେମାନଙ୍କ ମଧ୍ୟରେ ବିଦ୍ୟାଳୟର ଛାତ୍ର ବିବେକାନନ୍ଦ ବେହେରା ସର୍ବାଧିକ 534 ନମ୍ବର୍ ରଖି ସମଗ୍ର ବେଲଗୁଣ୍ଠା ବ୍ଳକ୍ ରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି I ସେହିପରି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗାଙ୍ଗପୁର ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ପରୀକ୍ଷା ଫଳ ଶତପ୍ରତିଶତ ରହିଛି I ଅନୁଷ୍ଠାନର ପରୀକ୍ଷା ଦେଇଥିବା 114 ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ସମସ୍ତ 114 ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଛାତ୍ର ସନ୍ଦୀପ କୁମାର ସାହୁ ସର୍ବାଧିକ 531 ନମ୍ବର୍ ରଖି ବ୍ଳକ୍ ରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି I ତନରଡା ଆର୍ଯ୍ୟକନ୍ୟା ଗୁରୁକୂଳର 55 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପରୀକ୍ଷାଫଳ ଶତପ୍ରତିଶତ ରହିଛି ଏବଂ ବିଦ୍ୟାଳୟର ଛାତ୍ରୀ ପ୍ରେରଣା ଜେନା ସର୍ବାଧିକ 497 ନମ୍ବର ରଖି ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି I ପାଇଲିପଡ଼ା ନାରାୟଣ ପୃଷ୍ଟି ଉଚ୍ଚ ବିଦ୍ୟାଳୟର ପରୀକ୍ଷା ଦେଇଥିବା ସମସ୍ତ 54 ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଛାତ୍ରୀ ପ୍ରିୟଙ୍କା ସାହୁ ସର୍ବାଧିକ 489 ନମ୍ବର ରଖି ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି I ବୋରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ 59 ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଛାତ୍ର ରବୀନ୍ଦ୍ର କୁମାର ପାଢୀ ସର୍ବାଧିକ 466 ନମ୍ବର୍ ରଖି ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି I ଆମ୍ବପୁଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପରୀକ୍ଷା ଦେଇଥିବା 56 ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ 54 ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଛାତ୍ରୀ ଆରତୀ ସାହୁ 489 ନମ୍ବର୍ ରଖି ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି I କ୍ଷତ୍ରିୟବରପୁର ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟର 113 ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଛାତ୍ର ରୀତେଶ ଗୌଡ଼ 525 ନମ୍ବର୍ ରଖି ଶ୍ରେଣୀରେ ପ୍ରଥମ ହୋଇଛନ୍ତି I ଖଇରପୁଟି ପଂଚାୟତ ଉଚ୍ଚ ବିଦ୍ୟାଳୟର ପରୀକ୍ଷା ଫଳ ମଧ୍ୟ ଶତପ୍ରତିଶତ ରହିଛି I ଅନୁଷ୍ଠାନର ପରୀକ୍ଷା ଦେଇଥିବା ସମସ୍ତ 49 ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି I
ତେବେ ସମଗ୍ର ବ୍ଳକ୍ ର ପରୀକ୍ଷାଫଳ ହାରାହାରି ଶତପ୍ରତିଶତ ରହିଥିଲେ ମଧ୍ୟ ଜିଲ୍ଳାରେ A1 ଗ୍ରେଡ୍ ହାସଲ କରିଥିବା 352 ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଲଗୁଣ୍ଠାରୁ ଜଣେ ବି ଛାତ୍ରଛାତ୍ରୀ ସ୍ଥାନ ନପାଇବା ଅଞ୍ଚଳର ବୁଦ୍ଧିଜୀବୀ ଏବଂ ଶିକ୍ଷାବିତ୍ ଙ୍କୁ ବ୍ୟଥିତ କରିଛି I ଏନେଇ ତର୍ଜ୍ଜମା ହେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମାନେ ଆଲୋଚନା କରୁଛନ୍ତି I