Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଶିଷ୍ଠ ଓ ସୁଧାଂଶୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚରେ ଲୁତୁରପଙ୍କ କୁ ହରାଇ ଘିଚାପାଲି ଚମ୍ପିଆନ୍ ଘୋଷିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ହାଇସ୍କୁଲ ପଡ଼ିଆରେ ହେଉଥିବା ପ୍ରଥମ ବଶିଷ୍ଠ ଓ ସୁଧାଂଶୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ରେ ଆୟୋଜକ ଲୁତୁରପଙ୍କ କୁ ହରାଇ ଘିଚାପାଲି ବିଜୟୀ ହୋଇ ଚାମ୍ପିଅନ ହୋଇଛି । ପ୍ରଥମ ସେମିଫାଇନାଲ ରେ ଅମରପାଲି କୁ ହରାଇ ଲୁତୁରପଙ୍କ ବିଜୟୀ ହୋଇଥିବା ବେଳେ ଦ୍ଵିତୀୟ ସେମିଫାଇନାଲ ରେ ବହଳପଦର କୁ ହରାଇ ଘିଚାପାଲି ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଥିଲା। ଫାଇନାଲ ମ୍ୟାଚ ରେ ଲୁତୁରପଙ୍କ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ସମସ୍ତ ଉଇକେଟ ହରାଇ ୮୪ ରନ କରିଥିଲା। ଜବାବରେ ଘିଚାପାଲି ଦଳ ଆବଶ୍ୟକୀୟ ୮୫ ରନ କୁ ୮.୩ ଓଭର ରେ ୫ ଉଇକେଟ ହରାଇ ସଂଗ୍ରହ କରି ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା। ପୀତାମ୍ବର ସାହୁ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟ କୁମାର ନନ୍ଦ ମୁଖ୍ୟ ଅତିଥି ଏବଂ ସ୍ବେଚ୍ଛାସେବୀ ଶୁଭମ ଭୋଇ , ଜୟ ଜଗନ୍ନାଥ ସ୍ପୋର୍ଟସ କ୍ଲବ ର ସଭାପତି ସୁଶିଲ କୁମାର ପ୍ରଧାନ ଓ କ୍ରୀଡାବିତ ଶଶାଙ୍କ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଲୁତୁରପଙ୍କ ର ଟୁଟୁ ମହାକୁର ଙ୍କୁ ଶ୍ରେଷ୍ଠ ସିକ୍ସର,ଦୀପକ ପ୍ରଧାନ ଙ୍କୁ ଶ୍ରେଷ୍ଠ ୱିକେଟ କିପର, ଘିଚାପାଲି ର ଜୟାନନ୍ଦ ବେହେରା ଙ୍କୁ ଶ୍ରେଷ୍ଠ ବୋଲର,ଦେବାଶିଷ ଜଗଦଲା ଙ୍କୁ ମ୍ୟାନ ଅଫ ଫାଇନାଲ ଓ ସିରିଜ ଭାବେ ପୁରସ୍କୃତ କରାଯାଇଥିଲା। ଚାମ୍ପିଅନ ଘିଚାପାଲି ଦଳକୁ ନଗଦ ୧୨ ହଜାର ଟଙ୍କା ସହିତ ଟ୍ରଫି ଓ ଉପବିଜେତା ଲୁତୁରପଙ୍କ ଦଳ କୁ ନଗଦ ୮ ହଜାର ଟଙ୍କା ସହିତ ଟ୍ରଫି ପୁରସ୍କୃତ କରାଯାଇଥିଲା। ଫାଇନାଲ ମ୍ୟାଚ୍ କୁ ସୁନୀଲ ପ୍ରଧାନ ଓ ସୁରେଶ ବିଶି ପରିଚାଳନା କରିଥିବା ବେଳେ ମାନସ ନନ୍ଦ ସ୍କୋରର ଏବଂ ବୁଲୁ ପାତ୍ର ଧାରାବିବରଣୀ ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ