SI ପରୀକ୍ଷା ଅନିୟମିତତା, ମାଷ୍ଟର କ୍ୟାଣ୍ଟିନରେ ବିଜେଡିର ୧୨୦ ଜଣ ଛାତ୍ର ନେତା ଓ କର୍ମୀ ଗିରଫ

ପୋଲିସ ଏସଆଇ ପରୀକ୍ଷା ପରିଚାଳନାରେ ଅନିୟମିତତା ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଛି ବିଜେଡି । ଦୁର୍ନୀତି ଘଟଣାର ସିବିଆଇ ତଦନ୍ତ ଦାବି କରି ଯୁବ,ଛାତ୍ର ବିଜେଡି ତରଫରୁ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଘଟଣାରେ ଯିଏ ବି ସମ୍ପୃକ୍ତ ଅଛନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି ।
ପ୍ରତିବାଦ କରୁଥିବା ବିଜେଡି ଛାତ୍ର ନେତା ଓ କର୍ମୀଙ୍କୁ ପୋଲିସ ଉଠାଇ ନେଇଛି । ସେପଟେ ଏସଆଇ ପରୀକ୍ଷା ଜାଲିଆତି ଘଟଣାରେ କ୍ରାଇମବ୍ରାଞ୍ଚ ବାଲେଶ୍ୱରରୁ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣଙ୍କ ହେଲେ ରଣସାହି ପଞ୍ଚାୟତର ଚନ୍ଦନ ମଲ୍ଲିକ । ଏହି ଘଟଣାରେ ମୋଟ ୧୨୦ ଜଣ ଗିରଫ ହୋଇଛନ୍ତି । ଏମାନଙ୍କୁ ଗିରଫ କରାଯିବା ପରେ ମୁଖ୍ୟ ମାଷ୍ଟର ମାଇଣ୍ଡକୁ ଗିରଫ କରାଯାଉ ବୋଲି ବିଜେଡି ନେତା ଦାବି କରିଛନ୍ତି ।
ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳିବାର କାହାର ଅଧିକାର ନାହିଁ ବୋଲି ବିଜେଡି ନେତାମାନେ କହିଛନ୍ତି । ଦିନ ପ୍ରାୟ ୧୧ଟା ବେଳେ ବିଜେଡିର ସମସ୍ତ ତୁଙ୍ଗ ନେତାମାନେ ରାସ୍ତାକୁ ଓହ୍ଲାଇ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ । ତୁରନ୍ତ ସରକାର ଏହି ଘଟଣାର ସିବିଆଇ ତଦନ୍ତ କରନ୍ତୁ ବୋଲି ଦାବି ହୋଇଛି ।