ଏୈତିହାସିକ ମୁର୍ଷୁଣ୍ଢୀ 43 ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁରଶୁଣ୍ଢୀ ଗ୍ରାମର କାଲି କଳସ ଶୋଭାଯାତ୍ରା ହେବା କଥା କିନ୍ତୁ ପ୍ରବଳ ବର୍ଷା ଘଡଘଡି ପାଇଁ ସ୍ଥଗିତ ରହିଥିବା ବେଳେ ଆଜି ଭୋର ସକାଳୁ କଳସ ଯାତ୍ର ହେବା ସହିତ ପୂଜା ଆରମ୍ଭ ହୋଇଛି l ଏହି ବର୍ଷ ରାମାୟଣ ପାରାୟଣ ଗାୟକ ଅଜିତ କୁମାର ଦାସ ଯୋଗଦେଇ ପାରାୟଣ ପାଠ କରିବା ସହିତ ମୁରାସୁର ମହାରାଜ ଗୋପାଳ ଚନ୍ଦ୍ର ପଣ୍ଡା ଙ୍କ ଅଭିନୟ ରେ ମଞ୍ଚ ହଲଚଲ ହେବ ବୋଲି ଜଣାଯାଏ l ତାସାଙ୍ଗକୁ ଅପେରା କାର୍ଯ୍ୟକ୍ରମ ମିନାବଜାର ଓ ପ୍ରତ୍ୟେକ ଦିନ ପ୍ରସାଦ ସେବନ ଭକ୍ତଙ୍କ ବ୍ୟବସ୍ଥା ଏହି ଐତିହାସିକ ଗଜଲକ୍ଷ୍ମୀ ପୂଜା ଦେଖିବା ପାଇଁ ହଜାର ହଜାର ଦର୍ଶକ ପ୍ରାୟ ପାଞ୍ଚୋଟି ଜିଲ୍ଲାର ଭକ୍ତ ସମାଗମ ହୁଏ l