ଖଣ୍ଡହତା ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ବସଷ୍ଟାଣ୍ଡ ଛକ ଠାରେ ୧୭ ତମ ଗଜଲକ୍ଷ୍ମୀ ପୂଜା ଅବସରରେ ସୋମବାର କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସକାଳୁ ନିକଟସ୍ଥ ବାଇଗଣି ଜୋର ଠାରେ ଗଙ୍ଗାମତା ଙ୍କୁ ଆରାଧନା କରି ପୂଜାର୍ଚ୍ଚନା କରାଯାଇଥିଲା । ବହୁ ସଂଖ୍ୟକ ମହିଳା ଓ ପୁରୁଷ ଜଳ ପୂର୍ଣ୍ଣ କଳସି ଧରି ହରିବୋଲ, ହୁଳହୁଳି, ଢୋଲ, ନାମ ସଂକୀର୍ତ୍ତନ ଓ ଘଣ୍ଟ ବାଦ୍ୟ ସହ ଏକ ଆଧ୍ୟାତ୍ମିକ ପରିବେଶରେ ନଗର ପରିକ୍ରମା କରି ପୂଜା ମଣ୍ଡପ ଠାରେ ପହଞ୍ଚି କଳସ ସ୍ଥାପନ କରିଥିଲେ। ଏଥିରେ ପୂଜକ ବଳରାମ ପଣ୍ଡା ପୂଜା କାର୍ଯ୍ୟ ସମାପନ କରିଥିବା ବେଳେ ମଧୁସୂଦନ ମହାକୁର , ଧର୍ମପତ୍ନୀ କୁନ୍ତୀ ମହାକୁର ସୁରୁଖୁରୁରେ କର୍ତ୍ତା ଦାଇତ୍ୱ ନିର୍ବାହ କରିଥିଲେ । ପୂଜା କମିଟି ସଭାପତି ରୁଦ୍ରପ୍ରକାଶ ମହାକୁର , ସମ୍ପାଦକ ପ୍ରଦୀପ ମାଝୀ , ସକ୍ରିୟ ସଦସ୍ୟ ସୁଭାଷ ପ୍ରଧାନ ପ୍ରମୁଖ ଶୋଭାଯାତ୍ରା ପରିଚାଳନା କରିଥିବା ବେଳେ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।