କାନପୁର ମା ମାହେଶ୍ୱରୀ ମେଳଣ ପଡିପାରେ ଡୁମାଲ ସାମାଜ ର ବାର୍ଷିକ ବୈଠକ ଅନୁଷ୍ଠିତ

ବୀରମହାରାଜପୁର:ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ମା ମାହେଶ୍ୱରୀ ମେଳଣ ପଡ଼ିଆ କାନପୁର ଠାରେ ଆଜି ପୂର୍ବାହ୍ନ 11 ଟା ସାମୟରେ ଜିଲ୍ଲା ଡୁମାଲ୍ ପରିଷଦ ଜିଲ୍ଲା ସଭାପତି ଅଶ୍ଵିନୀ ମହାକୁର ଙ୍କ ପୌରହିତ୍ୟ ରେ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ୩୨,୪୨୮ ଡୁମାଲ୍ ପରିବାର ସର୍ଭେ ସମ୍ପନ୍ନ କରି ସାମାଜିକ ଅର୍ଥନୈତିକ ଅଭିବୃଦ୍ଧି, ସମାଜ ସଂସ୍କାର ପାଇଁ ନୀତିଗତ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ମଙ୍ଗଳବାର ଆଲୋଚନାରେ ମାହେଶ୍ୱରୀ ସେବକ , ହାଣ୍ଡିବର୍ଗି , କେନ୍ଦ୍ର କମିଟି କାର୍ଯ୍ୟକର୍ତ୍ତା ଅଂଶ ଗ୍ରହଣ କରି ନିଜ ମତାମତ ପ୍ରଦାନ କରିଥିଲେ । ଅତିଥି ଭାବରେ ରାଜ୍ୟ ଡୁମାଲ୍ ପରିଷଦ ଉପ ସଭାପତି ଲୋକନାଥ ମ।ହାର, ରାଜ୍ୟ ପରିଷଦ କର୍ଯ୍ୟ କାରିଣୀ ସଦସ୍ୟ ଭୂଷଣ କୁମାର ପାତ୍ର , ଜିଲ୍ଲା ଆଇନ ସେଲ ଅଧ୍ୟକ୍ଷ ସ୍ଵୟଂଭୂ ନାଥ ଖଣ୍ଡଗିରି ଉଦବୋଧନ ଦେଇ ଜାତି ସମାଜ ର ସିଦ୍ଧାନ୍ତ ସର୍ବାଗ୍ରେ ତେଣୁ ସମସ୍ତେ ଅନୁପାଳନ କରିବା ବାଞ୍ଛନୀୟ ବୋଲି ମତପ୍ରକାଶ କରିଥିଲେ। ଜିଲ୍ଲା ସମ୍ପାଦକ କିଶୋର କର୍ମୀ ବାର୍ଷିକ ବିବରଣୀ ଓ ଆୟ ବ୍ୟୟ ଉପସ୍ଥାପନ କରି ଥିଲେ। ଜିଲ୍ଲା କାର୍ଯ୍ଯକାରିଣୀ ସଦସ୍ୟ ମୀନକେତନ ମହାକୁର ସଭା ପରିଚାଳନା କରିଥିଲେ । କେନ୍ଦ୍ର କାର୍ଯ୍ୟକାରୀ ସଦସ୍ୟ ଦାମୋଦର ମହାକୁର , ନୃସିଂହ ପଧାନ , ବଶିଷ୍ଠ ପର୍ଡିଆ, ଶ୍ରୀକାନ୍ତ କର୍ମୀ , ରବି ବଘ।ର , କୃଷ୍ଣ ଚନ୍ଦ୍ର କମ୍ପ , ଅଶ୍ଵିନୀ ପାତ୍ର , ପବିତ୍ର ପଧ।ନ, ରଘୁନାଥ ମହାକୁର , ଜଗନ୍ନାଥ ପାତ୍ର , ପୁରନ୍ଦର ଦନ୍ତା , ଲାଲ୍ ବାହାଦୁର ପଧାନ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରି ଥିଲେ। ଶେଷରେ ଜିଲ୍ଲା ସହ ସମ୍ପାଦକ ମନୋରଞ୍ଜନ ପଧାନ ଧନ୍ୟବାଦ୍ ପ୍ରଦାନ୍ କରି ଥିଲେ।ପଡୋଶୀ ବୌଦ , ବରଗଡ଼ , ବଲାଙ୍ଗୀର ଜିଲ୍ଲା ର ଡୁମାଲ୍ ସମାଜ କାର୍ଯ୍ଯକର୍ତ୍ତା ସମେତ ୧୦୦୦ରୁ ଉର୍ଦ୍ଧ ଜାତି ଗଙ୍ଗା ଉପସ୍ଥିତ ଥିଲେ ।