Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁରାସୁରରାଜର ଘଟିଲା ଅନ୍ତ,ଅଶ୍ୱିନ ପୂର୍ଣ୍ଣମୀ ଯାତ୍ରା ଉଦଯାପିତ

ବୀରମହାରାଜପୁର :ଅଶ୍ୱିନ ପୂର୍ଣ୍ଣମୀ ଯାତ୍ରା -୨୦୨୫ ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ମହିଷାସୁର ଦରବାର ବୀରମହାରାଜପୁର ନିକଟସ୍ଥ କାନପୁର ଡେମୂଲ ସ୍ଥିତ ମେଳଣ ପଡିଆ ରେ ୩ ତାରିଖରୁ ଆରମ୍ଭ ହୋଇ ୭ ତାରିଖରେ ସମାପ୍ତ ହୋଈଯାଇଛି । ଅନ୍ତିମ ରଜନୀ ରେ ରାଜ ଅତିଥି ଭାବରେ ବ୍ଲକ୍ ସରପଞ୍ଚ ସଂଘ ସଭାନେତ୍ରୀ ତଥା ସ୍ଥାନୀୟ ସରପଞ୍ଚ ଶ୍ରୀୟା କର୍ମୀ , ଉପଦେଷ୍ଟା ଚମ୍ପାମାଲ ସରପଞ୍ଚ ମହେନ୍ଦ୍ର ଜଗଦଲା , ହିଲୁଙ୍ଗ ସରପଞ୍ଚ ବନିତା ସେଠୀ, ସାମାଜିକ କର୍ମୀ ମୀନକେତନ ମହାକୁର , କମଳ ଲୋଚନ କର୍ମୀ, ବିପିନ୍ ପଣ୍ଡା ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ । ସମ୍ବାଦ ଦାତା ସତ୍ୟବାନ୍ ପୁରୋହିତ ଓ ନୀଳ କମଳ ମିଶ୍ରଙ୍କୁ ସମ୍ମାନିତ କରା ଯାଇଥିଲା l ଲକ୍ଷ୍ମୀ ନାରାୟଣ ସାହୁ ଉଦ ଘୋଷକ ଭାବେ ମଞ୍ଚ ପରିଚାଳନା କରିଥିଲେ l ଆୟୋଜକ କମିଟି ତରଫରୁ ମଳୟ ଅମାତ, ଅମିତାଭ ବଚ୍ଚନ ମହାକୁର , ଘାସିରାମ ବାଦୀ , ରଞ୍ଜନ ଖମାରୀ , ପ୍ରଦୀପ ପଧାନ, ବିଭୁ ପ୍ରସାଦ ଓତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ମହିଷାସୁର ଦରବାର ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଚାଲୁ ରହିଥିଲା । ଅଶ୍ୱିନ ପୂର୍ଣ୍ଣମୀ ଯାତ୍ରା ଅବସରରେ ବିଳମ୍ବିତ ରାତ୍ର ରେ ମା ମାହେଶ୍ୱରୀ ଙ୍କ ପୂଜା ଉପଚାର ପରେ ଗମ୍ଭୀର। କୂ ପ୍ରବେଶ କରିଥିଲେ। ଯାତ୍ରା ରେ ବ୍ୟାପକ ଜନ ସମାଗମ କୂ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ଓ ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଥିବାବେଳେ ଓ ଯାତ୍ରା କମିଟି ସ୍ଵେଚ୍ଛାସେବୀ ଗ୍ରୁରୁତ୍ଵ ପୂର୍ଣ୍ଣ ଭୂମିକା ତୁଲାଇ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ