ବୀରମହାରାଜପୁର ବ୍ଲକ ସଭା ଗୃହରେ ବ୍ଲକ ସ୍ତରୀୟ ଆନ୍ତର୍ଜାତିୟ ବରିଷ୍ଠ ନାଗରିକ ଦିବସ ପାଳିତ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ସଭାଗୃହ ରେ ବୁଧବାର ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷା ଶାନ୍ତି ଲୁହା ଏଥିରେ ପୌରୋହିତ୍ୟ କରିଥିବାବେଳେ ଡକ୍ଟର ପ୍ରଫୁଲ୍ଲ କୁମାର ରଥ ମୁଖ୍ୟ ଅତିଥି , ରାମକୃଷ୍ଣ ହୋତା ମୁଖ୍ୟ ବକ୍ତା, ନାରାୟଣ ମିଶ୍ର ଓ ବ୍ରଜ ଗୋପାଳ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ବ୍ଲକ ବି ଏସ୍ ଏସ୍ ଓ ସତ୍ୟ ନାରାୟଣ ପ୍ରଧାନ ସ୍ବାଗତ ଓ ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିଲେ l ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜୀବ ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ବରିଷ୍ଠ ନାଗରିକଙ୍କ ସମାଜ ପ୍ରତି ଅବଦାନ , ସେମାନଙ୍କ ସ୍ବାସ୍ଥ୍ୟଗତ ସମସ୍ୟା , ସାମାଜିକ ପ୍ରପୀଡନ , ଏକାକୀବୋଧର ସମସ୍ୟା ଓ ଅଭିଜ୍ଞତା ଆଦି ସଂପର୍କରେ ଆଲୋଚନା ହୋଇଥିଲା । ସତ୍ୟ ନାରାୟଣ ନାୟକ , ଦୀନବନ୍ଧୁ ମେହେର , ଭୂଷଣ କୁମାର ପାତ୍ର , ସତ୍ୟ ନାରାୟଣ ଦାଶ , କୃଷ୍ଣଚନ୍ଦ୍ର ପାଢ଼ୀ , ଭୋଳାନାଥ କର୍ମି ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଉପଲକ୍ଷେ ଆୟୋଜିତ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା । ଶିବାନୀ ଦାଶ , ସୀମା ରାଣୀ ପଣ୍ଡା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ବୀରମହାରାଜପୁର , ସୁବଳୟା ଓ ଖଣ୍ଡହତା ବରିଷ୍ଠ ନାଗରିକ ସଂଗଠନରୁ ପ୍ରାୟ ଅଶି ଜଣ ବରିଷ୍ଠ ନାଗରିକ ଏଥିରେ ଯୋଗଦାନ କରିଥିଲେ । ସକାଳ ୭ଘଣ୍ଟା ସମୟରେ କଲ୍ୟାଣ ମଣ୍ଡପ ଠାରେ ଏକ ଯୋଗ ଶିବିରର ଆୟୋଜନ କରା ଯାଇଥିଲା । ଯୋଗାଚାର୍ଯ୍ୟ ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା ଯୋଗଶିକ୍ଷା ପ୍ରଦାନ କରିଥିଲେ ।