Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଚଣ୍ଡା ଉନ୍ନୀତ ହାଇ ସ୍କୁଲ ରେ ତାଲା ପକାଇ ପ୍ରତିବାଦ କଲେ ମହିଳା

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି କ୍ଲଷ୍ଟର ର ଅଚଣ୍ଡା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇ ପ୍ରତିବାଦ କରୁଛନ୍ତି ଏସଏଚଜି ମହିଳା । ଫଳରେ ସ୍କୁଲ ଭିତରକୁ ଯାଇ ପାରି ନାହାନ୍ତି ସ୍କୁଲର ଶିକ୍ଷକ ଓ ଛlତ୍ରଛାତ୍ରୀ । ଅଭିଯୋଗ ଅନୁସାରେ ଉକ୍ତ ସ୍କୁଲରେ ରାତ୍ର ଜଗୁଆଳି ଓ ଝାଡୁଦାର ନିଯୁକ୍ତି ପାଇଁ ବିଜ୍ଞପ୍ତି ହୋଇଥିଲା । ଏନେଇ ପଞ୍ଚାୟତର ବିଭିନ୍ନ ସ୍ଵୟଂ ସହାୟିକା ଗୋଷ୍ଠୀ ଆବେଦନ କରିଥିଲେ। ତନ୍ମଧ୍ୟରୁ ତେଲିପାଲି ଗ୍ରାମର ମା’ ମଙ୍ଗଳା ସ୍ଵୟଂ ସହାୟିକା ଗୋଷ୍ଠୀ ଙ୍କୁ ରାତ୍ର ଜଗୁଆଳି ଓ ଝାଡୁଦାର ପାଇଁ ଦାୟିତ୍ବ ମିଳିଥିଲା। ମାତ୍ର ଏବେ ଅଚଣ୍ଡା, ମହୁଲପାଲି, ରୁଗୁଡ଼ିପାଲି ଆଦି ଗ୍ରାମର ସ୍ଵୟଂ ସହାୟିକା ଗୋଷ୍ଠୀ ର ସଦସ୍ୟା ମାନେ ଏହି ନିଯୁକ୍ତି କୁ ବେଆଇନ ଓ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି। ଏହାର ବିଜ୍ଞପ୍ତି ଯେତେବେଳେ ହେଲା ବିଭିନ୍ନ ଜନ ଗହଳି ସ୍ଥାନରେ , ଛକ ଓ ସ୍କୁଲ ସମ୍ମୁଖରେ ଏହାର ନିକୁକ୍ତି ପାଇଁ ସୂଚନା ଦେବାର ନିୟମ ରହିଥିବା ବେଳେ କୌଣସି ସ୍ଥାନରେ ସୂଚନା ଦିଆଗଲା ନାହିଁ କି କୌଣସି ନୋଟିସ ଦିଆଯାଇ ନାହିଁ। ଚଞ୍ଚକତା କରି କାହାକୁ ନ ଜଣାଇ ଗୁପ୍ତ ଭାବେ ନିଯୁକ୍ତି ଦିଆଗଲା। ଅଚଣ୍ଡା, ମହୁଲପାଲି ଓ ରୁଗୁଡ଼ିପାଲି ଗ୍ରାମରେ ଅନେକ ସ୍ଵୟଂ ସହାୟିକା ଗୋଷ୍ଠୀ ଥିବା ବେଳେ କେମିତି କେହି ଜାଣି ପାରିଲେ ନାହିଁ ବୋଲି ପ୍ରଶ୍ନ କରିବା ସହିତ ଏହି ଗ୍ରାମର ଯେ କୌଣସି ଗୋଟିଏ ସ୍ଵୟଂ ସହାୟିକା ଗୋଷ୍ଠୀ ଙ୍କୁ ଏହାର ଦାୟିତ୍ଵ ଦିଆଯାଉ ବୋଲି ଦାବି କରି ସ୍କୁଲ ଫାଟକରେ ତାଲା ପକାଇ ପ୍ରତିବାଦ କରୁଛନ୍ତି। ଫଳରେ ଛାତ୍ରୀଛାତ୍ର ଓ ଶୀକ୍ଷୟୀତ୍ରି,ଶିକ୍ଷକ ସ୍କୁଲ ଭିତରକୁ ଯାଇ ପାରି ନାହିଁ। ଖବର ପାଇ କେନଝିରିଆପାଲି କ୍ଲଷ୍ଟର ର ସିଆରସିସି ବିନୟ ବିଶ୍ଵାଳ ଓ ପରେ ଏବିଇଓ ବାର୍ଣ୍ଣା ଡୁଙ୍ଗଡୁଙ୍ଗ ସ୍କୁଲ କୁ ଯାଇ ପ୍ରତିବାଦ କରୁଥିବା ମହିଳାଙ୍କୁ ବୁଝାସୁଝା କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ