Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାଲୋଏ ରେ ମା ମାହେଶ୍ୱରୀ ଙ୍କ ଆଶ୍ୱିନ ପୁର୍ଣିମା ଯାତ୍ରା ଅନୁଷ୍ଠିତ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାଲୋଏରେ ମା ମାହେଶ୍ୱରୀ ଦେବୀଙ୍କ ଆଶ୍ଵିନ ପୂର୍ଣ୍ଣିମା ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦେବୀ ଗମ୍ଭିରା ରୁ ବାହାରିଢୋଳ , ନିଶାଣ, ମହୁରୀ, ବାଡିନାଚ, ଘୁମୁରାନାଚ ପାରମ୍ପାରିକ ଲୋକନୃତ୍ୟରେ ଶୋଭାଯାତ୍ରାରେ ଆସି ଭକ୍ତମାନଙ୍କୁ ଦର୍ଶନ ଦେଲେ। ନିକଟସ୍ଥ ଡିମିଲରେ ରାତି ପୂଜାର୍ଚ୍ଚନା କରାଯାଇ ତା ପରଦିନ ଦେବୀ ଗମ୍ଭୀରାଙ୍କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ପୂଜକ ଭାବରେ ମାନସ ପଣ୍ଡା, ଆନନ୍ଦ ଦେହୁରୀ ,ସାନନ୍ଦ ଦେହୁରୀ ଓ କର୍ତ୍ତା ଭାବେ ଦୀନବନ୍ଧୁ ବଘାର ଦାୟିତ୍ଵ ତୁଳାଇଥିଲେ । ଅତିଥି ଭାବେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, କଣ୍ଟାମାଳ ବିଧାୟକ କହ୍ନେଇ ଡାଙ୍ଗ , ଡୁମାଳ ସମାଜ ରାଜ୍ୟ ଉପସଭାପତି ଲୋକନାଥ ମାହାର , ଜିଲ୍ଲା ସଭାପତି ଅଶ୍ଵିନୀ ମହାକୁର, କୋଟସମଲାଇ କେନ୍ଦ୍ର ସଭାପତି ନରସିଂହ ପଧାନ , ହିଙ୍ଗମା କେନ୍ଦ୍ର ସଭାପତି ବଶିଷ୍ଠ ପର୍ଡିଆ , ସମ୍ପାଦକ ରାମ ବସ୍ତିଆ, ଜିଲ୍ଲା ସେବାୟତ କମିଟି ସଦସ୍ୟ ଅକ୍ଷୟ ଛନ୍ଦ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଦେବ ଭୋଇ , ମାଟୁକୁତ କେନ୍ଦ୍ର ସମ୍ପାଦକ ଲାଳବାହାଦୂର ପଧାନ , ଜିଲ୍ଲା ଆଇନ ସେଲ ସଦସ୍ୟ କୃଷ୍ଣଚନ୍ଦ୍ର କମ୍ପ ପ୍ରମୁଖ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ