Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖୁଣ୍ଟଲା ପାଲି ରେ ଗଜଲକ୍ଷ୍ମୀ ପୂଜା ଉତ୍ସବ ପାଳନ ଅବସରରେ ସୁନ୍ଦରl କାଣ୍ଡ ପରିବେଷଣ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ୍ ଅନ୍ତର୍ଗତ ଖୁଣ୍ଟୁଲା ପାଲି ଗ୍ରାମରେ ଧନଦାତ୍ରି ମା ଗଜଲକ୍ଷ୍ମୀ ଙ୍କ ପୁଜା ଆରମ୍ଭ ହୋଇଯାଇଛି, ଏହି ଅବସରରେ ଗ୍ରାମର ମହିଳା ମାନେ କଳସ ଶୋଭାଯାତ୍ରାରେ ପୋଖରୀରୁ ଜଳ ଆଣି ପୁଜାସ୍ଥାନରେ ସ୍ଥାପନ ପରେ ମା ଗଜଲକ୍ଷ୍ମୀ ଙ୍କ ଆରାଧନା ଓ ନୀତିକାନ୍ତି ରେ ପୁଜାର୍ଚ୍ଚନା କରା ଯାଇଥିଲା l କର୍ତ୍ତା ଭାବେମୃତୁଞ୍ଜୟ ପାତ୍ର ଓ ତାଙ୍କ ଧର୍ମ ପତ୍ନୀ ପୂଜାକାର୍ଯ୍ଯ ତୁଲାଇ ଥିଲେ I ପୂଜକ ଭାବେ ବଦ୍ରିନାରାୟଣ ସତପଥି ପୂଜା କାର୍ଯ୍ୟ ତୁଲାଇ ଥିଲେ l ସକାଳୁ ସକାଳୁ ପୁଜା ମଣ୍ଡପରେ ମା ଗଜଲକ୍ଷ୍ମୀ ଙ୍କୁ ଭକ୍ତମାନେ ଦର୍ଶନ କରିଛନ୍ତି l ସୁନ୍ଦର ଝକ୍ମକ ଆକର୍ଷଣୀୟ ତୋରଣ ଓ ରଙ୍ଗୀନ୍ ଆଲୋକରେ ମାଆ ଙ୍କ ପୁଜା ମଣ୍ତପ ଝଲସି ଉଠୁଛି l ମା ଙ୍କୁ ଦର୍ଶନ ବହୁ ଦର୍ଶକ ଙ୍କ ଭିଡ ଦେଖିବାକୁ ମିଳିଛି l ଆଜି ଦିନ ୯ଘଣ୍ଟା ରୁ ରାମାୟଣ ପାରାୟଣ ଗାୟିକା ସ୍ବପ୍ନl ଯୋଶୀ ଙ୍କ ଦ୍ଵାରା ସୁନ୍ଦରl କାଣ୍ଡ ପରାୟଣ ପଠନ ହୋଇଛି l ରାମାୟଣ ସୁନ୍ଦରl କାଣ୍ଡ ଶ୍ରବଣ ପାଇ ଶହ ଶହ ଭକ୍ତ ମାନେ ଏହି ଅବସରରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା l ଭକ୍ତ ମାନଙ୍କ ପାଇଁ ସକାଳେ ବାଳଭୋଗ ଓ ଅପରାହ୍ନ ରେ ଅନ୍ନ ଭୋଗ ର ବ୍ୟବସ୍ଥା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ବୀରମହାରାଜପୁର ବ୍ଲକ୍ ଜୋନ ୧, ର ଜିଲ୍ଲାପରିଷଦ ସଭ୍ୟ ଲବକୁମାର ସାହୁ ଉପସ୍ଥିତ ଥିଲେ l କମିଟି ର ସଭାପତି ଚନ୍ଦନ ପାତ୍ର, ସମ୍ପାଦକ ଶଙ୍କର ପାତ୍ର ଙ୍କ ସହ ବିଶ୍ବରଂଜନ ଦାସ , ଟିମନ ଭୋଇ, ଲକ୍ଷ୍ମୀକାନ୍ତ ଗଦୁଆ , ଚମ୍ପେଶ୍ୱର ଗଡୁଆ, ହର କର୍ମୀ, ସଞ୍ଜୟ ମେଣ୍ଡିଳୀ, ରାଜେନ୍ଦ୍ର ମହାକୁର ଙ୍କ ସହ ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ