Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଣ୍ଡହତା ଗଜଲକ୍ଷ୍ମୀ ପୂଜା ରେ କଂସ ଦରକାର ଉଦଘାଟିତ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ରେ ହେଉଥିବା ଗଜଲକ୍ଷ୍ମୀ ପୂଜା ଅବସର ରେ କଂସ ଦରବାର ଆରମ୍ଭ ହୋଇଯାଇଛି । ଗଜଲକ୍ଷ୍ମୀ ପୂଜା କମିଟିର ସଭାପତି ରୁଦ୍ର ପ୍ରକାଶ ମିଶ୍ର ଙ୍କ ଅଧ୍ୟତା ରେ ସ୍ଥାନୀୟ ସରପଞ୍ଚ ଜୟଶ୍ରୀ ଦେହୁରୀ ମୁଖ୍ୟ ଅତିଥି ଏବଂ ଇନ୍ଦିରା ଗାନ୍ଧୀ ହାଇସ୍କୁଲ ର ହିନ୍ଦୀ ଶିକ୍ଷକ ରଣଜିତ ମିଶ୍ର , ଶିକ୍ଷୟିତ୍ରୀ ସଂଯୁକ୍ତା ମିଶ୍ର , କୋଷାଧ୍ୟକ୍ଷ ପ୍ରଦୀପ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ପ୍ରମୋଦ କୁମାର ପଣ୍ଡା ସାଂସ୍କୃତିକ ମଞ୍ଚ କୁ ପରିଚାଳନା କରିଥିଲେ। ମୁକ୍ତାକାଶ ରଙ୍ଗ ମଞ୍ଚରେ ପରିବେଷଣ ହୋଇଥିଲା ଲୀଳା ନାଟକ। ଦେବକୀ ବସୁଦେବ ଙ୍କ ବିବାହ, କଂସ ଙ୍କୁ ଦୈବବାଣୀ , କଂସ ଙ୍କ ସିଂହାସନ ଆରୋହଣ ଆଦି କ୍ରମାନ୍ୱୟରେ ପରିବେଷଣ ହୋଇଥିଲା। ଏହା ସହିତ ମଞ୍ଚରେ ସମ୍ବଲପୁରୀ, ଡାଲଖାଇ , ଆଧୁନିକ ନୃତ୍ୟ , ଲୋକନୃତ୍ୟ ଆଦି ପରିବେଷଣ ହୋଇଥିଲା । ଏହା ଦେଖିବାକୁ ଅଞ୍ଚଳର ଶତାଧିକ ଦର୍ଶକ ଙ୍କ ସମାଗମ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ