Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉଲୁଣ୍ଡା ବ୍ଲକ ଟପ୍ପର ହେଲେ ଅନ୍ବେଷା

ବୀରମହାରାଜାପୁର : ଆଜି ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକରେ ଜଣେ ମାତ୍ର ଛାତ୍ରୀ ଏ-୧ ଗ୍ରେଡ ପାଇ ବ୍ଲକରେ ଟପ୍ପର ହୋଇଛନ୍ତି । ବ୍ଲକ ଅନ୍ତର୍ଗତ ନିମ୍ନା ସରକାରୀ ପଂଚାୟତ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିବା ଅନ୍ୱେଷା ପାଢୀ ୬୦୦ ମାର୍କରୁ ୫୪୮ ମାର୍କ ଆଣି ଏ-୧ ଗ୍ରେଡ ହାସଲ କରିଛନ୍ତି । ଅନ୍ୱେଷା ବଢିଲା ଗ୍ରାମର ଗୋପାଲଦାସ ପାଢୀ ଏବଂ ଜୟଶ୍ରୀ ପାଢୀଙ୍କ ଝିଅ ବୋଲି ଜଣାପଡିଛି । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସମେତ ବିଭିନ୍ନ ମହଲରୁ ଅନ୍ୱେଷାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅନ୍ୱେଷା ଭବିଷ୍ୟତରେ ଜଣେ ଡାକ୍ତର ହେବାର ଲକ୍ଷ୍ୟ ରଖିଛନ୍ତି ।