ସ୍ଵର୍ଣ୍ଣପଦ୍ମ ଚତୁର୍ଭୁଜ ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

ବୀରମହାରାଜପୁର : ମହାନଦୀ ଯୋଗବିହାର ସ୍ଥିତ ଶ୍ରୀଗୋପାଳଜୀ ଯୋଗାଶ୍ରମରେ ଡକ୍ଟର ସନ୍ତୋଷ କୁମାର ପାଢ଼ୀଙ୍କ ସଭାପତିତ୍ବରେ ରବିବାର ଏକ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟବକ୍ତା ଡକ୍ଟର ଜ୍ୟୋତିରଞ୍ଜନ ବହିଦାର , ସ୍ୱତନ୍ତ୍ର ଅତିଥି ପଦ୍ମଶ୍ରୀ ଚ଼ତୁର୍ଭୁଜ ମେହେର , ମୁଖ୍ୟଅତିଥି ଡ଼କ୍ଟର ପ୍ରଫୁଲ୍ଲ କୁମାର ରଥ ଏବଂ ଆଇନଜ୍ଞ ବ୍ୟୋମୋକେଶ ଦାଶ, ଡ଼କ୍ଟର ଦ୍ଵିତୀକୃଷ୍ଣ ପଣ୍ଡା , ଡକ୍ଟର ଦେବାଶିଷ ପାଣ୍ଡିଆ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଗ୍ରନ୍ଥାକାର ଡ଼କ୍ଟର ଆର୍ତ୍ତତ୍ରାଣ ବାବୁଙ୍କ ବହୁ ଚର୍ଚ୍ଚିତ ସାରସ୍ବତ ସୃଜନ ‘ସ୍ଵର୍ଣ୍ଣପଦ୍ମ ଚତୁର୍ଭୁଜ’ କାବ୍ୟ ଗ୍ରନ୍ଥକୁ ଉନ୍ମୋଚିତ କରିଥିଲେ । ଏହି ଅବସରରେ ଡ଼କ୍ଟର ଶ୍ରୀବାବୁ, ପଦ୍ମଶ୍ରୀ ଚ଼ତୁର୍ଭୁଜ ମେହେର ଙ୍କର ସମ୍ପୂର୍ଣ୍ଣ ଜୀବନୀକୁ ନେଇ ଲେଖିଥିବା ପୁସ୍ତକ ସ୍ଵର୍ଣ୍ଣପଦ୍ମ ଚତୁର୍ଭୁଜ ରଚ଼ନାର ପୃଷ୍ଠଭୂମି, ଉଦ୍ଦେଶ୍ୟ, ଅଭିଜ୍ଞତା ଓ ଆଭିମୁଖ୍ୟ ପ୍ରକାଶ କରି ପାଠକଙ୍କ ନିମନ୍ତେ ଏହା ଲୋକାର୍ପଣ କରିଥିଲେ । ଅଧ୍ୟାପକ ଡ଼କ୍ଟର ସୌରଭ ରଞ୍ଜନ ଖମାରୀ ଅତ୍ୟନ୍ତ ନିଖୁଣ ତଥା ପ୍ରାଞ୍ଜଳ ଭାବରେ ପୁସ୍ତକଟିକୁ ସମୀକ୍ଷା କରି କହିଥିଲେ ଯେ ଏହା ଏକ ବିରଳ ସାରସ୍ଵତ ମଞ୍ଚ ,କାହିଁ କିନା ଏଠି ପୁସ୍ତକର ସ୍ରଷ୍ଟା ଡକ୍ଟର ବାବୁ ଅଛନ୍ତି ଯାହାର ଜୀବନୀକୁ ନେଇ ଲେଖିଛନ୍ତି, ସେହି ମହାନ ବ୍ୟକ୍ତି ପଦ୍ମଶ୍ରୀ ଚ଼ତୁର୍ଭୁଜ ମେହେର ଅଛନ୍ତି । ସ୍ୱାଗତ ସଂଗୀତ ମଞ୍ଜୁଶ୍ରୀ ବାବୁ ଓ ଭଜନ ପରିବେଷଣ କରିଥିଲେ ଯଜ୍ଞେଶ୍ଵର ପୂଜାହାରୀ, କରୁଣା କର ଘଣ୍ଟୁଆଳ, ବେଟିଖିଆ ସେଠୀ । ସଭାକୁ ସ୍ୱାଗତ କରିଥିଲେ ଶିକ୍ଷାବିତ୍ ପ୍ରଦୀପ ପୁରୋହିତ , ସଂଯୋଜନା କରିଥିଲେ ଡକ୍ଟର ଅନିରୁଦ୍ଧ କୁରୁକୁରିଆ ଏବଂ ଧନ୍ୟବାଦ୍ ପ୍ରଦାନ କରିଥିଲେ ଡକ୍ଟର ରାଧେଶ୍ୟାମ ମିଶ୍ର । ଦ୍ବିତୀୟ ପର୍ଯ୍ୟାୟରେ ସପ୍ତଦୀପା ସାହିତ୍ୟ ସଂସଦର ୧୨୫ ତମ ଭ୍ରାମ୍ୟମାଣ ସାରସ୍ବତ ସମାରୋହ ହୋଇଥିଲା । ଡକ୍ଟର ଇତିଶ୍ରୀ ଦାସ୍,ସନ୍ତୋଷ ପାଣିଗ୍ରାହୀ ,ନିରଞ୍ଜନ ପଣ୍ଡା , ମଞ୍ଚାସୀନ ଅତିଥି ଥିବାବେଳେ କବି ଲକ୍ଷ୍ମୀ ନାରାୟଣ ସାହୁ , ହିମାଂଶୁ ଭୁଷଣ ପଣ୍ଡା ଙ୍କ ସଂଯୋଜନା ରେ ରାଧେଶ୍ୟାମ ମିଶ୍ର ,ସନ୍ତୋଷିନୀ ନାୟକ , ତନ୍ମୟବାଳା ମିଶ୍ର,ଶୁଭେନ୍ଦୁ ମେହେର , ସୁଦାମ ନାଏକ,ବାବୁଲାଲ ମନ୍ତ୍ରା , ପ୍ରଫୁଲ୍ଲ ପ୍ରଧାନ, ଭାବଗ୍ରାହୀ ମେହେର , ଆନନ୍ଦ ପ୍ରଧାନ , ରଞ୍ଜନ ସା , ଧର୍ମ କୁମାର ଶତପଥୀ , ଯୋଗୀନ୍ଦ୍ର ପ୍ରସାଦ ପଣ୍ଡା,ସୁବ୍ରତ ପଣ୍ଡl ,ସବିତା ହୋତା , ଅକ୍ଷୟ ରାଜ, ଗଜାନନ ସାଥୁଆ, ପଦ୍ମନାଭ ବାରିକ , ଭିକାରୀ ସେଠୀ , ଯୁଧିଷ୍ଠିର ଖମାରୀ ପ୍ରମୁଖ ବହୁ କବି ସ୍ବରଚିତ କବିତା ଆବୃତ୍ତି କରିଥିଲେ । ସଚ୍ଚିଦାନନ୍ଦ ନାୟକ, ବାସୁଦେବ ମିଶ୍ର, ଅମର ଭୂତ, ନରେଶ ଅଗ୍ରୱାଲ, ଦୟାନିଧି ସେଠୀ , ଡ. ଆଭାସ ବାବୁ , ଆଶିଷବାବୁ, ଶକ୍ତି ସ୍ୱରାଜ ନାୟକ ପ୍ରମୁଖ ସହଯୋଗ କରିଥିଲେ।