Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁବନେଶ୍ୱରରେ ବଢି ଚାଲିଛି ବୁଲାକୁକୁରଙ୍କ ସଂଖ୍ୟା

ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଦିନକୁ ଦିନ ବୁଲା କୁକୁରଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି| ବର୍ତ୍ତମାନ ସୁଦ୍ଧା ୪୭,୧୨୬ଟି ବୁଲାକୁକୁର ଅଛନ୍ତି, ସେଥିମଧ୍ୟରୁ ୨୩,୦୦୦ଟି ଅଣ୍ଡିରା କୁକୁର ରହିଥିବା ବେଳେ୧୫,୫୫୨ଟି ମାଇ କୁକୁର ଏବଂ ୧,୧୨୪ଟି ଛୁଆ ରହିଛନ୍ତି|

ରାଜ୍ୟରେ ପ୍ରଥମ ଥର ପାଇଁ ବିଏମସି ପକ୍ଷରୁ ବୁଲାକୁକୁର ଗଣନା ଆରମ୍ଭ କରାଯାଇଛି| ଭୁବନେଶ୍ୱର ମହାନଗର ନିଗମରେ ବୁଲାକୁକୁରଙ୍କୁ ନେଇ ସୃଷ୍ଟି ହେଉଥିବା ଵିଭର୍ଣ୍ଣ ସମସ୍ୟାକୁ ଆଖି ଆଗରେ ରହି ବିଏମସି ଦ୍ୱାରା ଏଭଳି ନିଷ୍ପତ୍ତି ନିଆଯାଇଛି| ସେପ୍ଟେମ୍ବର ୧୭ରୁ ୨୫ ତାରିଖ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ଗଣନା ଆରମ୍ଭ କରାଯାଇଥିଲା| ବିଏମସିର ସୂଚନା ଅନୁସାରେ ଏବେ ସୁଦ୍ଧା ଭୁବନଶ୍ୱର ମହାନଗର ନିଗମ ଅଂଚଳରେ ୪୭,୧୨୬ଟି ବୁଲାକୁକୁର ରହିଛନ୍ତି ସେଥିରୁ ୨୩,୦୦୦ଟି ଅଣ୍ଡିରା କୁକୁର, ୧୫,୫୫୨ଟି ମାଇ କୁକୁର ଏବଂ ୧,୧୨୪ଟି ଛୁଆ ରହିଛନ୍ତି| ସେମାନଙ୍କ ମଧ୍ୟରୁ ୪,୦୦୦ ରୁ ଅଧିକଙ୍କର ବନ୍ଧ୍ୟାକରଣ କରାଯାଇଥିବା ବେଳେ ୩,୦୦୦ ରୁ ଅଧିକ ମାଇ କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଅଛି|| ଦିନକୁ ଦିନ ଭୁବନଶ୍ୱରରେ ଲୋକ ସଂଖ୍ୟାବି ବଢ଼ିବାରେ ଲାଗିଛି| ପ୍ରାୟ ୧୩ଲକ୍ଷରୁ ଅଧିକ ଭୁବନଶ୍ୱରରେ ସ୍ଥାୟୀଭାବେ ବସବାସ କରୁଥିବା ଲୋକଙ୍କ ସଂଖ୍ୟା| ଦିନକୁ ଦିନ ବୁଲାକୁକୁରଙ୍କୁ ନେଇ ବିଭିନ୍ନ ସମସ୍ୟାମାନ ସାମ୍ନାକୁ ଆସୁଛି| ୱାର୍ଡରେ ବୁଲାକୁକୁରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି| ସବୁଠାରୁ ଅଧିକ ବୁଲାକୁକୁର ରହିଥିବା ୱାର୍ଡ ଗୁଡିକ ହେଲା ୱାର୍ଡ ନମ୍ବର୨୩,୭,୪୯,୬୫,,୪,୯,୫୬ ଏବଂ୪୩| ୨୩ ନମ୍ବରରେ ସବୁଠାରୁ ଅଧିକ ସଂଖ୍ୟା ରହିଛି| ଭାରତ ସରକାରଙ୍କ ପଶୁ ସମ୍ପଦ ଓ ଡାଏରୀ ବିଭାଗ ଦ୍ୱାରା ଅନୁଷ୍ଠିତ ୨୦ତମ ଜାତୀୟ ଓ ରାଜ୍ୟଓ ପଶୁ ଗଣନା ଅନୁଯାୟୀ,ଜାତୀୟ ହାର ଅପେକ୍ଷା ଭୁବନଶ୍ୱର ମହାନଗର ନିଗମ ଅଂଚଳରେ ବୁଲାକୁକୁରଙ୍କ ସଂଖ୍ୟା ଅଧକ ରହିଛି| ବରିଷ୍ଠ ପଶୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ସୁପରଭାଇଜର, ସାନିଟାରୀ ଅଫିସର, ଡିଇଓ ଏବଂ ଅନ୍ୟମାନଙ୍କୁ ନେଇ ୪୧୦ଟି ଟିମ୍ ଗଠନ କରାଯାଇଥିଲା| ବୁଲା କୁକୁରଙ୍କ ଗଣନା ପୂର୍ବରୁ ସେମାନଙ୍କୁ ଜୋନ୍ ସ୍ତରରେ ତାଲିମ୍ ଦିଆଯାଇଥିଲା| ବୁଲାକୁକୁରଙ୍କ ଲୋକମାନଙ୍କୁ କାମୁଡିବା ସମସ୍ୟାକୁ କମ୍ କରିବା,ରାବିଜ୍ ଭଳି ମାରାମତ୍କ ରୋଗ ସଂକ୍ରମଣରୁ କୁକୁର ମାନଙ୍କୁ ରକ୍ଷା କରିବା, କୁକୁରଙ୍କୁ ନେଇ ଉପୁଜୁଥିବା ଟ୍ରାଫିକ ସମସ୍ୟାକୁ ଆଖି ଆଗରେ ରଖି ଏଭଳି ପଦକ୍ଷେପ ନିଆଯାଇଛି|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ