Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ବିଜୟା ଦଶମୀ ଉତ୍ସବ ପାଳିତ

ବୀରମହାରାଜପୁର :
ଗାୟତ୍ରୀ ଆବାସିକ ଶିକ୍ଷା ନିକେତନରେ ବୀରମହାରାଜପୁର ମଣ୍ଡଳର ଶ୍ରୀନିବାସ ରାମାନୁଜନ୍ ସଂଯୁକ୍ତ ବିଦ୍ୟାର୍ଥୀ ପ୍ରଭାତ ଶାଖାରେ ରାଷ୍ଟ୍ରୀୟ ସ୍ୟୟଂ ସେବକ ସଂଘ ତରଫରୁ ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ୧୩୦ ଜଣ ଜଣ ସ୍ବୟଂ ସେବକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ର ଆରମ୍ଭରେ ଅତିଥି ମାନଙ୍କ ଦ୍ବାରା ଅସ୍ତ୍ର ପୂଜନ ଓ ଦୀପ ପ୍ରଜ୍ବଳନ, ପରେ ସ୍ବୟଂ ସେବକ ମାନଙ୍କ ଦ୍ବାରା ଯେ।ଗାସନ , ଶାରୀରିକ ପ୍ରଦର୍ଶନ ହେ।ଇଥିଲା । ସ୍ବସ୍ତିକ ମହାକୁର ଙ୍କ ‌ଅମୣତବଚନ ପରେ ମୁଖ୍ୟ ଅତିଥିଭାବେ ଯେ।ଗ ଦେଇଥିବା ଶିକ୍ଷକତଥା ଶିକ୍ଷାବିତ୍ କବି ଲକ୍ଷ୍ମୀ ନାରାୟଣ ସାହୁ ହିନ୍ଦୁତ୍ବ, ନାଗରିକର କର୍ତ୍ତବ୍ୟ ଓ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରତିଷ୍ଠା ଆଲେ।କ ପାତ କରିଥିଲେ । ମୁଖ୍ୟବକ୍ତା ଭାବରେ ସୋନପୁର ନଗରର ଶାରିରୀକ ପ୍ରମୁଖ ଜଳଦେବ ବେରିହା ବିଜୟା ଦଶମୀ ଉତ୍ସବ ପାଳନର କାରଣ , ଅସତ୍ୟ ଉପରେ ସତ୍ୟର ବିଜୟ , ସଂଘ ପ୍ରତିଷ୍ଠା , ସଂଘର କାର୍ଯ୍ୟକ୍ରମ , ସଂଘର ଯାତ୍ରାରେ ବିଭିନ୍ନ ଘାତ ପ୍ରତିଘାତ, ପଞ୍ଚ ପରିବର୍ତ୍ତନ ଉପରେ ବିନ୍ଦୁ ରଖିଥିଲେ । ବୀରହାରାଜପୁର ଖଣ୍ଡ ପ୍ରଚାର ପ୍ରମୁଖ ଯୁଧିଷ୍ଠିର ଖମାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଗାୟତ୍ରୀ ଆବାଶିକ ଶିକ୍ଷା ନିକେତନ ର ପ୍ରଧାନ ଆଚାର୍ଯ୍ୟ ପଙ୍କଜ ଖମାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ସେ।ନପୁର ଜିଲ୍ଲା ସଂଘଚାଳକ ଦିଲ୍ଲୀପ ତ୍ରିପାଠୀ , ସୋନପୁରର ଜିଲ୍ଲା ସହ କାର୍ଯ୍ୟବାହ ହୣଷିକେଶ ଭୋଇ , ସୋନପୁର ଜିଲ୍ଲା ବିଶ୍ବହିନ୍ଦୁ ପରିଷଦର ଜିଲ୍ଲା ସଂପାଦକ ନିଳାମ୍ବର ହୋତା , ବିଶ୍ବହିନ୍ଦୁ ପରିଷଦ ଜିଲ୍ଲା ସଦସଂଗ ପ୍ରମୁଖ ରାକେଶ ବାରିକ, ଉପସ୍ଥିତ ଥିଲେ । ଗାୟତ୍ରୀ ଆବାସିକ ଶିକ୍ଷା ନିକେତନର ଗୁରଜୀ ଗୁରୁମା କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ